Pratidin TV

Odisha's Digital News Platform

ବିବାହର ୪ ମାସରେ ଜୀବନ ହାରିଲେ ସାମ୍ବାଦିକା ମଧୁସ୍ମିତା ପରିଡା ।

ବିବାହକୁ ନେଇ ସବୁ ଝିଅଙ୍କ ମନରେ ଅସୁମାରୀ ସ୍ୱପ୍ନ ଥାଏ । କିନ୍ତୁ କଣ ବିବାହ ପରେ ସବୁ ସର୍ମ୍ପକରେ ସ୍ଥାୟିତ୍ୱ ରହିବାରେ । ଝିଅଟିଏ ଦେଖିଥିବା ସୁଖି ପରିବାରର ସ୍ୱପ୍ନ କଣ ପୁରଣ ହୁଏ ? ନା ସନ୍ଦେହ , ଅବିଶ୍ୱାସ ,ଧୋକାର ଶିକାର ହୋଇ ଚାଲିଯାଏ ନୀରିହ ଜୀବନ ।

ସର୍ମ୍ପକରେ ବିଶ୍ୱାସଘାତକତା ପରେ ରେଳ ଧାରଣାକୁ ଡେଇଁ ଜୀବନ ହାରିଦେଇଛନ୍ତି ମହିଳା ସାମ୍ବାଦିକା ମଧୂସ୍ମିତା ପରିଡା । ବୁଧବାର ସନ୍ଧ୍ୟାରେ ରାଜଧାନୀର ବାପୁଜୀ ନଗର ଅଞ୍ଚଳରେ ସଂପୃକ୍ତ ସାମ୍ବାଦିକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ତେବେ ମୃତ୍ୟୁ ପୂର୍ବରୁ ସାମ୍ବାଦିକା ଜଣଙ୍କ ଭିଡିଓ କରି ସୋସିଆଲ ମିଡିଆରେ ଛାଡିଥିଲେ । ଭିଡିଓରେ ସେ ନିଜ ମାଙ୍କୁ କ୍ଷମା ମାଗୁଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କୁ ଧୋକ୍କା ଦେଇଥିବା କଥା ବାରମ୍ବାର କହିଥିଲେ । ସ୍ୱାମୀ ଆଉ ଜଣକ ସହ ସମ୍ପର୍କରେ ଅଛନ୍ତି । ମୋ ସହ ଆଉ ରହିବେନି ବୋଲି କହୁଛନ୍ତି । ତାଙ୍କୁ ସମସ୍ତେ ବୁଝାଇଲେ ହେଲେ ସେ ବୁଝିଲେନି । ଛୁଟିରେ ରହିଲେ ଆମର ଝଗଡା ହେଉଛି । କ୍ଷମା କରିଦେବ ମୋତେ, ମୁଁ ଆଉ ସହିପାରୁନି ବୋଲି ଭିଡିଓରେ ମହିଳା ସାମ୍ବାଦିକ ଜଣକ ଶେଷଥର କହିଥରଲେ ।

Leave a Reply

Your email address will not be published. Required fields are marked *