Pratidin TV

Odisha's Digital News Platform

ବିଜେପିର ବିବାଦୀୟ ପୋଷ୍ଟ ପାଇଁ ଜେପି ନଡ୍ଡା ଓ ଅମିତ ମାଲବ୍ୟଙ୍କୁ ବେଙ୍ଗାଲୁରୁ ପୋଲିସ କଲା ସମନ

1 min read

ବିଜେପିର ବିବାଦୀୟ ପୋଷ୍ଟକୁ ନେଇ କର୍ଣ୍ଣାଟକ ପୋଲିସ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପଠାଇଲା ସମନ | ତାଙ୍କ ସହ ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟଙ୍କୁ ମଧ୍ୟ ପୋଲିସ କଲା ସମନ | ବେଙ୍ଗାଳୁରୁ ପୋଲିସ ସାମ୍ନାରେ ହାଜର ହେବାକୁ ଉଭୟଙ୍କୁ ଦିଆଯାଇଛି ୧ ସପ୍ତାହର ସମୟ | ନିକଟରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା , ଦଳର ଆଇଟି ମୁଖ୍ୟ ଅମିତ ମାଲବ୍ୟ ଓ କର୍ଣ୍ଣାଟକ ବିଜେପି ମୁଖ୍ୟ ବିଓ୍ୱାଇ ବିଜୟେନ୍ଦ୍ରଙ୍କ ନରେ ମାମଲା ରୁଜୁ କରିଥିଲା କଂଗ୍ରେସ |

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କର୍ଣ୍ଣାଟକ ବିଜେପି ଦ୍ୱାରା ଏକ ଭିଡିଓ ପୋଷ୍ଟ କରାଯାଇଥିଲା। ଏହି ଭିଡିଓକୁ ନେଇ ବିବାଦ ଆରମ୍ଭ ହୋଇଥିଲା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ରାହୁଲ ଗାନ୍ଧିଙ୍କୁ ଏହି ଭିଡିଓରେ ଭୁଲ୍‌ ରୂପେ ଉପସ୍ଥାପିତ କରାଯାଇଥିବା କଂଗ୍ରେସ ଅଭିଯୋଗ କରିଥିଲା | ଏହି ମାମଲା ବିରୋଧରେ କର୍ଣ୍ଣାଟକ କଂଗ୍ରେସ ନିର୍ବାଚନ ଆୟୋଗକୁ ଚିଠି ମଧ୍ୟ ଲେଖିଥିଲା | ଏହି ଭିଡ଼ିଓରେ SC ଏବଂ ST ସଂପ୍ରଦାୟର ଲୋକଙ୍କୁ ଏକ ନିର୍ଦ୍ଦିଷ୍ଟ ପାର୍ଥୀ ଙ୍କୁ ଭୋଟ ନ ଦେବା ପାଇଁ ବିଜେପି ଡ଼ରାଇଥିଲା | ଏଥିଯୋଗୁଁ କଂଗ୍ରେସ କରିଥିଲା ଅଭିଯୋଗ | ଏହି ମାମଲା ରୁଜୁ କରିବା ପରେ ବେଙ୍ଗାଳୁରୁ ହାଇ ଗ୍ରାଉଣ୍ଡସ ପୋଲିସ କରିଥିଲା ମାମଲା ରୁଜୁ | ଏହି ଭିଡିଓକୁ କର୍ଣ୍ଣାଟକ ବିଜେପି ଦ୍ୱାରା ମେ’ ୪ରେ ପୋଷ୍ଟ କରାଯାଇଥିଲା।

ତେବେ ଏହି ଭିଡ଼ିଓ ପୋଷ୍ଟ ହେବା ପରେ ବିଜେପିକୁ କଂଗ୍ରେସ ଭିଡ଼ିଓ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲା | କିନ୍ତୁ ବିଜେପି ଭିଡ଼ିଓ ହଟାଇନଥିଲା | ପରେ ଏହି ମମାଲରେ କଂଗ୍ରେସ କରିଥିଲା ଅଭିଯୋଗ | ଏବଂ ଏହି ଅଭିଯୋଗ ଆଧାରରେ ପୋଲିସ ଜେପି ନଡ୍ଡା ଏବଂ ଅମିତ ମାଲବ୍ୟଙ୍କୁ ଗୋଟେ ସପ୍ତାହ ମଧ୍ୟରେ ପୋଲିସ ସାମ୍ନାରେ ହାଜର ହେବାକୁ କହିଛନ୍ତି |

Leave a Reply

Your email address will not be published. Required fields are marked *