Pratidin TV

Odisha's Digital News Platform

ସରୁଛି ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ , କିଏ ବନିବେ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଛନ୍ତି । ଆଉ ବର୍ତ୍ତମାନ ବିଜେପି ଅନେକ ରାଜ୍ୟର ଗଡ ହାତେଇଛି । ଏସବୁ ଭିତରେ ଏକ ଚର୍ଚ୍ଚାକୁ ନେଇ ରାଜ୍ୟର ରାଜନୀତିରେ ଊଷ୍ମତା ବଢିଛି ।

୨୦୧୯ ଲୋକସଭା ନିର୍ବାଚନ ପରେ ଜଗତ ପ୍ରକାଶ ନଡ୍ଡା ଜାନୁଆରୀ ୨୦୨୦ରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ।ଜାନୁଆରୀ ୨୦୨୩ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ତେବେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ କାର୍ଯ୍ୟକାଳ ଜୁନ୍ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ନିର୍ବାଚନ ପରେ ନଡ୍ଡାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ କ୍ୟାବିନେଟରେ ସ୍ଥାନ ଦିଆଯାଇଛି।

ନଡ୍ଡାଙ୍କ ପରେ ପ୍ରଥମେ ମଧ୍ୟପ୍ରଦେଶର ପୂର୍ବତନ ସିଏମ ଶିବରାଜ ସିଂ ଚୌହାନ, କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏବଂ ହରିୟାଣାର ପୂର୍ବତନ ସିଏମ ମନୋହର ଲାଲ ଖଟ୍ଟରଙ୍କ ନାମ ମଧ୍ୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ଆଲୋଚନା ହୋଇଥିଲା। କିନ୍ତୁ, ଏହି ତିନିଜଣଙ୍କୁ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯିବା ପରେ ସେମାନଙ୍କୁ ନେଇ ଆଲୋଚନା ବର୍ତ୍ତମାନ ଶେଷ ହୋଇଛି।
ବର୍ତ୍ତମାନ ଦଳର ସାଧାରଣ ସମ୍ପାଦକ ବିନୋଦ ତାୱଡେ, ବି.ଏଲ୍ ସନ୍ତୋଷ, ଅନୁରାଗ ଠାକୁର, କେ ଲକ୍ଷ୍ମଣ, ଓମ ମାଥୁର, ସୁନୀଲ ବଂସଲଙ୍କ ସହିତ ବିଜେପି ସଭାରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ଦୌଡ଼ରେ ସ୍ମୃତି ଇରାନୀଙ୍କ ନାମ ମଧ୍ୟ ଆଗୁଆ ରହିଛି।

Leave a Reply

Your email address will not be published. Required fields are marked *