Pratidin TV

Odisha's Digital News Platform

ଗଶେଶଙ୍କୁ ପୂଜା କରି ଦାୟିତ୍ୱ ନେଲେ ଜୁଏଲ ଓରାମ ..

1 min read

ମୋଦୀ କ୍ୟାବିନେଟ୍ ୩.୦ରେ ବିଭାଗ ମିଳିବା ପରେ ବର୍ତ୍ତମାନ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଦାୟିତ୍ବ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ତେବେ ଏହାରି ମଧ୍ୟରେ  ଶୁକ୍ରବାର କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବେ ଜୁଏଲ ଓରାମ ନିଜ ଦାୟିିତ୍ୱ ଗ୍ରହଣ କରିଛନ୍ତି। କାର୍ଯ୍ୟାଳୟରେ ଶ୍ରୀଗଣେଶଙ୍କୁ ଧୂପ, ଦୀପ ଲଗାଇ ପୂଜାର୍ଚ୍ଚନା ପରେ ତୃତୀୟ ଥର ପାଇଁ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଆଦିବାସୀଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ମୋଦି ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ହେବ ବୋଲି ଦାୟିତ୍ୱ ଗ୍ରହଣ ଅବସରରେ ସେ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି। ୬୩ ବର୍ଷୀୟ ଜୁଏଲ ଓରାମଙ୍କ ଘର ଓଡ଼ିଶାର ସୁନ୍ଦରଗଡରେ। ସେ ୧,୩୮,୮୦୮ ଭୋଟରେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ଭାରତୀୟ ହକି ଅଧିନାୟକ ଦିଲୀପ ତିର୍କୀଙ୍କୁ ପରାସ୍ତ କରି ପଞ୍ଚମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *