Pratidin TV

Odisha's Digital News Platform

କାଦୁଅ ପଚ ପଚ ରାସ୍ତାରେ ଫସିଲେ ବିଚାରପତି , ଏଥର ସୁଧରିବ କି ରାସ୍ତାର ସ୍ଥିତି ?

1 min read

କୋରାପୁଟ ; କାଦୁଅ ପଚ ପଚ ରାସ୍ତାରେ ଫସିଲେ ବିଚାରପତି।ରାସ୍ତାକୁ ଦେଖିଲେ ଲାଗୁଚି ଏହା କୌଣସି ଧାନ କିଆରୀ ବୋରିଗୁମ୍ମା ଖିଆଲଗୁଡା ରୁ ଜାତୀୟ ରାଜପଥ ୬୩ କୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ବେହାଲ।

ସେହି ରାସ୍ତାରେ ପାଣି ଫେକ୍ଟୋରି, ଏଫ ସି ଆଇ ଗୋଦାମ ,ଜୁରାସିକ ପାର୍କ ଏବଂ ବୋରିଗୁମ୍ମା ଜେ ଏମ ଏଫ ସି ବିଚାରପତି ଙ୍କ ବାସଭବନ ରହିଛି।ଚାରି ଚକିଆ ଯାନ ଯିବା ତ ଦୂରର କଥା ଲୋକେ ଚାଲି ଯିବା ବି କଷ୍ଟକର।ପ୍ରତ୍ୟେକ ଦିନ ସେହି କାଦୁଅ ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ବି ହେଉଛି ଆଉ ଗାଡି ଫସିବା ଚିତ୍ର ସାମ୍ନାକୁ ଆସିଛି।

Advertisement

ଏଠି ପ୍ରତ୍ୟକ ଦିନ ସାଧାରଣ ଲୋକ ପ୍ରଭାବିତ ହେଉଥିବା ବେଳେ ବିଚାରପତି ମହାଶୟା ମଧ୍ୟ ଯିବା ଆସିବା ପାଇଁ ନାନାଦି ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏମିତିକି ନିଜ ଚାରି ଚକିଆ ଯାନ କିମ୍ବା ସ୍କୁଟି ମଧ୍ୟ ଯିବା ଆସିବା ସମ୍ଭବପର ହେଉ ନାହିଁ।ବର୍ଷା ଦିନେ ବିଚାରପତି କୋର୍ଟ କୁ ଆସିବା କଷ୍ଟକର ହୋଇଛି ସେପଟେ କୋର୍ଟ କାର୍ଯ୍ୟରେ ବ୍ୟାଘାତ ଘଟୁଛି।ରାସ୍ତା ମରାମତି ପାଇଁ ଆଖପାଖ ଗାଁ ଲୋକେ ପ୍ରଶାସନ କୁ ବାରମ୍ବାର ଅନୁରୋଧ କରିଛନ୍ତି ହେଲେ କେହି କର୍ଣ୍ଣପାତ କରୁ ନାହାନ୍ତି।

Leave a Reply

Your email address will not be published. Required fields are marked *