Pratidin TV

Odisha's Digital News Platform

ଆରମ୍ଭ ହେଲା ନାଇଟ ଜଙ୍ଗଲ ସଫାରି, ଚନ୍ଦକା- ଡମପଡ଼ା ଅଭୟାରଣ୍ୟରେ ଆରମ୍ଭ।

1 min read

ପୂର୍ବରୁ ଜଙ୍ଗଲ ସଫରି ଦିନରେ ଚାଲୁଥିବାବେଳେ ପ୍ରଥମ ଥର ପାଇଁ ଓଡିଶା ଜଙ୍ଗଲରେ ଆରମ୍ଭ ହଇଛି ନାଇଟ ସଫାରି। ଏହି ଜଙ୍ଗଲ ସଫାରି ଚନ୍ଦକା- ଡମପଡ଼ା ଅଭୟାରଣ୍ୟରେ ଆରମ୍ଭ ହୋଇଛି | ସୋମବାର ଦିନ ରାତ୍ରିରେ ଜଙ୍ଗଲ ଭିତରେ ବୁଲିବାକୁ ଦେଖିବାକୁ ଆସିଥିଲା କୁନି କୁନି ସ୍କୁଲ ଛାତ୍ରଛାତ୍ରୀ । ପିସିସିଏଫ୍ ସୁଶାନ୍ତ ନନ୍ଦ ନାଇଟ୍ ସଫାରୀର ଶୁଭାରମ୍ଭ କରିବା ପରେ ୧୨ଟି ଗାଡିରେ ଛାତ୍ରଛାତ୍ରୀଙ୍କୁ ଜଙ୍ଗଲ ବୁଲାଯାଇଥିଲା ।

ଖାଲି ରାତରେ ଜଙ୍ଗଲ ସଫାରି ନୁହେଁ, ରାତିରେ ରହିବାର ସୁବିଧା ମଧ୍ୟ ସମ୍ପୂର୍ଣ ସୁବିଧା କରାଯାଇଛି । ପର୍ଯ୍ୟଟକମାନେ କିପରି ଅନ୍ଧାର ମଧ୍ୟ ପ୍ରାକୃତିକ ମଜାର ଉପଲବ୍ଧିବି ଉଠାଇପାରିବେ ତାହାର ବ୍ୟବସ୍ଥା କରିଛନ୍ତି|ରାତି ୯ ଟା ପର୍ଯ୍ୟନ୍ତ ପର୍ଯ୍ୟଟକ ସଫାରିର ମଜା ନେଇପାରିବେ। ରାତି ୯ରୁ ସକାଳ ସାଢ଼େ ୯ ପର୍ଯ୍ୟନ୍ତ ସଫାରୀ ବନ୍ଦ ରହିବ। ଚନ୍ଦକା –ଡମପଡ଼ା ଅଭୟାରଣ୍ୟରେ ପରିବେଶ ପର୍ଯ୍ୟଟନ ବିକାଶ ଦିଗରେ ପଦକ୍ଷେପ ନେବା ସହ ଅଭୟାରଣ୍ୟର ଜୈବ ବିବିଧତା ରକ୍ଷା କରିବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଜୀବିକା ପ୍ରଦାନ ଲକ୍ଷ୍ୟରେ ଏପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।ଅନ୍ୟପକ୍ଷରେ ଏହି ଜଙ୍ଗଲ ସଫାରି ପାଇଁ ବନ୍ୟଜନ୍ତୁ ମାନେ ହଇରାଣ ନ ହୁଅନ୍ତୁ ତାହାର ବିଶେଷ ଭାବରେ ଧ୍ୟାନ ରଖାହୋଇଛି। ପର୍ଯ୍ୟଟକଙ୍କୁ ଜଙ୍ଗଲର ଅଭ୍ୟନ୍ତରଣୀୟ ଅଞ୍ଚଳ ଜୀବସକୁ ମନ କରାହୋଇଛି।ଏକ ଘଣ୍ଟା ମଧ୍ୟରେ ପ୍ରାୟ ୧୯ କିଲୋମିଟର ପର୍ଯ୍ୟନ୍ତ ପର୍ଯ୍ୟଟକ ବୁଲିବାର ମଜା ନେଇପାରିବେ ।

Advertisement

ଚନ୍ଦକା- ଡମପଡ଼ା ଅଭୟାରଣ୍ୟରେ ନାଇଟ୍ ସଫାରି ଆରମ୍ଭ ହେବା ପରେ ରାଜଧାନୀବାସି ଉଭୟ ଅନଲାଇନ ଏବଂ ଅଫଲାଇନରେ ଟିକଟ୍ ଲାଗି ଆବେଦନ କରିବାର ସୁବିଧା ରହିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ସପ୍ତାହକୁ ୩ ଦିନ ନାଇଟ ସଫାରି ଚାଲିବ। ପ୍ରଥମ ପର୍ଯ୍ୟାୟ ସନ୍ଧ୍ୟା ୬.୩୦ ଏବଂ ଦ୍ୱିତୀୟ ପର୍ଯ୍ୟାୟ ସନ୍ଧ୍ୟା ୭ଟା ୩୦ରେ ଛାଡ଼ିବ ।

Leave a Reply

Your email address will not be published. Required fields are marked *