Pratidin TV

Odisha's Digital News Platform

କୋଲକାତା ଲଜ୍ଜା : ଡାକ୍ତର ମାନିଲେନି ସୁପ୍ରିମ ନିର୍ଦ୍ଦେଶ…

କୋଲକାତା ମେଡିକାଲ କଲେଜରେ ଘଟିଥିବା ସେହି ବିଭତ୍ସ ଘଟଣା ଏବେ ପୁରା ଦେଶକୁ ଦୋହଲାଇ ଦେଇଛି । ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି ଡାକ୍ତର  । ତେବେ ଏହାରି ମଧ୍ୟରେ   ଡାକ୍ତରମାନଙ୍କୁ ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ସୁପ୍ରିମକୋର୍ଟ କହିଥିଲେ । ଡାକ୍ତରମାନେ କାର୍ଯ୍ୟକୁ ଥରେ ଫେରିବା ପରେ ସେମାନଙ୍କ ବିରୋଧରେ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ। କିନ୍ତୁ ଯଦି ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେବାକୁ ବିଳମ୍ବ କରିବେ, ତା’ହେଲେ କୋର୍ଟ ମଧ୍ୟ ସେମାନଙ୍କ ବିରୋଧରେ ରାଜ୍ୟ ସରକାର ନେବାକୁ ଥିବା କାର୍ଯ୍ୟାନୁଷ୍ଠାନକୁ ରୋକି ପାରିବେ ନାହିଁ।

କାର୍ଯ୍ୟରେ ଯୋଗ ନ ଦେବାରୁ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି। ହେଲେ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଅଣଦେଖା କରି ଡାକ୍ତରମାନେ କହିଛନ୍ତି ଯେପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ କାମକୁ ଫେରିବୁ ନାହିଁ। ଘଟଣାରେ ସ୍ୱାସ୍ଥ୍ୟ ସଚିବ ଏବଂ ସ୍ୱାସ୍ଥ୍ୟ ଶିକ୍ଷା ନିର୍ଦ୍ଦେଶକଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ କରୁଛନ୍ତି ଡାକ୍ତର ସଂଘ ।  ଏହାସହିତ ଦାବି ପୂରଣ ପାଇଁ ଆଜି ଅପରାହ୍ନରେ କନିଷ୍ଠ ଡାକ୍ତରମାନେ ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟାଳୟରୁ ସ୍ୱାସ୍ଥ୍ୟ ଭବନ ପର୍ଯ୍ୟନ୍ତ ଶୋଭାଯାତ୍ରା କରିବାକୁ ପ୍ରସ୍ତୁତି କରିଛନ୍ତି। ଆନ୍ଦୋଳନରତ ଜଣେ ଡାକ୍ତର କହିଛନ୍ତି ‘ଆମ ଦାବି ଯେପର୍ଯ୍ୟନ୍ତ ପୂରଣ ହୋଇନାହିଁ, ପଡ଼ିତାଙ୍କୁ ନ୍ୟାୟ ମିଳିନାହିଁ, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

Leave a Reply

Your email address will not be published. Required fields are marked *