Pratidin TV

Odisha's Digital News Platform

ଆନ୍ଦୋଳନରୁ ଓହରିଲେ ଜୁନିଅର ଡାକ୍ତର , ଆଜିଠୁ ଡ୍ୟୁଟି ରେ ଯୋଗଦେବେ …

1 min read

ଶେଷରେ ଥମିଲେ ଡାକ୍ତର। କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ଓ ହତ୍ଯା ଘଟଣା।୪୨  ଦିନ ପରେ ଆନ୍ଦୋଳନରୁ ଓହରିଲେ ଜୁନିଅର ଡାକ୍ତର।ଆଜିଠାରୁ ଡ୍ୟୁଟିରେ ଯୋଗଦେବେ ଡାକ୍ତର  ପଶ୍ଚିମବଙ୍ଗର ଜୁନିଅର ଡାକ୍ତର। ଶୁକ୍ରବାର ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରିଥିବା ଘୋଷଣା କରିଥିଲେ। ୪୨ ଦିନ ଧରି ଯେଉଁ କାର୍ଯ୍ୟବନ୍ଦ ଚାଲିଥିଲା, ତାହା ଶେଷ ହୋଇଛି। ଶୁକ୍ରବାର ସେମାନେ ସିବିଆଇ ଅଫିସକୁ ଏକ ଶୋଭାଯାତ୍ରାରେ ଯାଇଥିଲେ। ତୁରନ୍ତ ତଦନ୍ତ ଶେଷ କରି ଦୋଷୀକୁ ଦଣ୍ଡ ମିଳୁ ବୋଲି ଦାବି କରିଥିଲେ। ଏହା ପରେ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କଥା ଘୋଷଣା କରିଥିଲେ। ହେଲେ ଜୁନିଅର ଡାକ୍ତର ମାନେ କହିଛନ୍ତି, ଓପିଡିରେ କାମ କରିବେ ନାହିଁ। କେବଳ ଜରୁରୀ ସେବାରେ ଯୋଗ ଦେବେ। ରାଜ୍ୟ ସରକାର ଦେଇଥିବା ପ୍ରତିଶୃତି ପୂରଣ ନକଲେ ପୁଣି ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଆର ଜି ମେଡିକାଲ କଲେଜର ଜଣେ ମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ବର୍ବର ହତ୍ୟା ପରଠୁ ନ୍ୟାୟ ଦାବିରେ ଜୁନିଅର ଡାକ୍ତର ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନ ସାରା ପଶ୍ଚିମବଙ୍ଗକୁ ବ୍ୟାପିଥିଲା। ସାଧାରଣ ଲୋକେ ବି ଯୋଗ ଦେଇଥିଲେ। ବେଶ ଅଡୁଆରେ ପଡ଼ିଥିଲେ ମମତା ବାନାର୍ଜୀ। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, ସିବିଆଇ ତଦନ୍ତ, ମୁଖ୍ୟମନ୍ତ୍ରୀଙ୍କ ସହିତ ବାରମ୍ବାର ଆଲୋଚନା, ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ପରେ ବି ସେମାନେ ନରମିନଥିଲେ। ସବୁ ଦାବି ପୂରଣ, ପୀଡ଼ିତାଙ୍କୁ ନ୍ୟାୟ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବଦଳି ପରେ ମାନିଛି ଡାକ୍ତର ସଂଘ ଏବଂ ଆଜିଠାରୁ କାର୍ଯ୍ୟରେ ସେମାନେ ଯୋଗ ଦେବେ। ଗତ ଅଗଷ୍ଟ ୮ ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଘଟିଥିଲା ଘଟଣା । ଏହି ଘଟଣାର ମୁଖ୍ଯ ଅଭିଯୁକ୍ତ ସଞ୍ଜୟ ରାୟକୁ ଅଗଷ୍ଟ ୧୦ ତାରିଖରେ ଗିରଫ କରିଥିଲା ସିବିଆଇ। ଏହା ସହ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କଲିକତା ହାଇକୋର୍ଟ। ସ୍ଥିତି ଏପରି ହୋଇଥିଲା ଯେ ଏହି ଘଟଣାକୁ ନେଇ ସାରା ଦେଶରେ ଡାକ୍ତରମାନେ ଆନ୍ଦୋଳନ କରିଥିଲେ। ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଥିଲେ ସୁପ୍ରିମକୋର୍ଟ। ଏହା ସହ ରାଜ୍ଯ ସରକାର ବି ଏକ ସ୍ବତନ୍ତ୍ର ମହିଳା ଓ ଶିଶୁ ବିଲ -୨୦୨୪ ପାସ କରିଥିଲେ। ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସଦସ୍ଯ ପଦରୁ ସସପେଣ୍ଡ କରିଥିଲା ଆଇଏମଏ। ଗତ ୧୪ ତାରିଖରେ ଦୁଷ୍କର୍ମ ଓ ହତ୍ଯାର ପ୍ରମାଣ ନଷ୍ଟ ଅଭିଯୋଗରେ ସନ୍ଦୀପ ଘୋଷଙ୍କୁ ଗିରଫ କରିଥିଲା ସିବିଆଇ।

Advertisement

Leave a Reply

Your email address will not be published. Required fields are marked *