Pratidin TV

Odisha's Digital News Platform

ଫେଲ ମାରିଲା JE ଙ୍କ କିଡନାପ୍ ପ୍ଲାନ୍ : ଫିଲ୍ମ ଷ୍ଟାଇଲରେ ରାସ୍ତା ବ୍ଲକିଂ କରି ଅପହୃତ ଯୁବତୀଙ୍କୁ ବଞ୍ଚାଇଲା ପୋଲିସ …

1 min read

ଆଠଗଡ : ସ୍କୁଟିରେ ଆସୁଥିବା ଜଣେ ଯୁବତୀଙ୍କୁ ବିଚ୍ ରାସ୍ତାରେ ଏକ କାର ଧକ୍କା ଦେଇ ସେହି କାରରେ ଯୁବତୀଙ୍କୁ ଅପହରଣ କରିନେଇଥିଲା ।ଏଭଳି ଘଟଣା ଘଟିଛି ଆଠଗଡ଼ ଥାନା ଅନ୍ତର୍ଗତ ଛତାବର ନିକଟରେ। ଆଠଗଡ଼ ମୁଣ୍ଡଳୀ ରାସ୍ତା ରେ ମୁଣ୍ଡଳୀ ଆଡୁ ଏକ ସ୍କୁଟି ନଂ ଓଆର -୦୬- ଏଚ -୫୩୫୩ ରେ ଆସୁଥିବା ଜଣେ ଯୁବତୀ ଙ୍କୁ ପଛପଟୁ ଗୋଟିଏ କାର ଆସି ଧକ୍କା ଦେଇଥିଲା। ସ୍କୁଟି ସହିତ ଯୁବତୀ ଜଣକ ରାସ୍ତା ଉପରେ ପଡି ଯିବାରୁ କାର ଭିତରୁ ଦୁଇ ଜଣ ଯୁବକ ବାହାରି ଯୁବତୀ ଜଣଙ୍କୁ କାର ଭିତରେ ଜବରଦସ୍ତ ପୁରାଇ ଆଠଗଡ ରାସ୍ତା ରେ ଫେରାର ହୋଇ ଯାଇଥିଲେ । କିନ୍ତୁ କୁହନ୍ତିନି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ଠିକ ସେହି ସମୟରେ ପାଖରେ ଥିବା ନନା ହୋଟେଲର ମାଲିକଙ୍କ ନଜର ଏସବୁ ଘଟଣା ଉପରେ ପଡିଥିଲା । ସେ ତୁରନ୍ତ ଆଠଗଡ ପୋଲିସକୁ ଏ ବାବଦରେ ଖବର ଦେଇଥିଲେ ।

ତେବେ ଆଠଗଡ ପୋଲିସ ମଧ୍ୟ ତୁରନ୍ତ ବାରଙ୍ଗ ଥାନାକୁ ସୂଚନା ଦେଇଥିଲେ । ଏହାପରେ ବାରଙ୍ଗ ପୋଲିସ ରାସ୍ତା ବ୍ଲକିଂ କରି ଦ୍ରୁତଗତିରେ ଆସୁଥିବା ଓଡି୦୨ସି୦୭୭କାରକୁ ଅଟକାଇଥିଲା । ଏବଂ କାର ଭିତରୁ ଅପହୃତ ଯୁବତୀଙ୍କୁ ଉଦ୍ଧାର କରିଥିଲା । ଏହା ସହ ଅପହରଣକାରୀ ଯୁବକଙ୍କୁ ମଧ୍ୟ କାବୁ କରିନେଇଥିଲା । ତେବେ ଅପହରଣକାରୀ ଯୁବକଙ୍କ ଘର ଆଠଗଡ ବେଂଟପଦାରେ ଓ ସେ ଟିପିସିଏଲ ଜେଇ ଭାବା ଚାକିରୀ କରୁଥିବା ଜଣାପଡିଛି ।ବର୍ତ୍ତମାନ ପୋଲିସ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Leave a Reply

Your email address will not be published. Required fields are marked *