Pratidin TV

Odisha's Digital News Platform

ହସି ଦେବାରୁ କାରଣ ଦର୍ଶାଅ ନୋଟିସ , ବନ୍ୟା ସମୀକ୍ଷା ବେଳେ କାହିଁକି ହସିଥିଲେ ଯନ୍ତ୍ରୀ ,ଜାଣନ୍ତୁ ଏହା ପଛରେ ଲୁଚି ରହିଥିବା ଦୁର୍ନୀତି

1 min read

ଭୁବନେଶ୍ୱର : ଏକ ବଡ ଧରଣର ଠକାମିର ଆଜି ପର୍ଦାଫାଶ୍ କରିଛନ୍ତି ଜଣେ କନିଷ୍ଠ ଯନ୍ତ୍ରୀ । ବନ୍ୟା ସମୀକ୍ଷା ବୈଠକରେ ସିନିୟର ଅଧିକାରୀଙ୍କ ଆଗରେ ହସିଦେବାରୁ କନିଷ୍ଠ ଯନ୍ତୀ ଜଣଙ୍କୁ ଏଥିପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ପ୍ରଥମେ ଏହା ସମସ୍ତଙ୍କୁ ଏକ କନିଷ୍ଠ ଯନ୍ତ୍ରୀଙ୍କ ତାଙ୍କ ସିନିୟର ଅଧିକାରୀଙ୍କୁ ଅସମ୍ମାନ କଲା ଭଳି ଲାଗୁଥବ । କିନ୍ତୁ ଯନ୍ତ୍ରୀ ଜଣଙ୍କ ହସିବା କାରଣରୁ ହିଁ ଆଜି ଏକ ସରକାରୀ ଦୁର୍ନୀତିର ପର୍ଦାଫାଶ ହୋଇପାରିଛି ।


ସୂଚନା ଅନୁ୍‌ଯାୟୀ ଯନ୍ତ୍ରୀ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ମିହିର ପଣ୍ଡା । ଆଜି ବନ୍ୟା ସମୀକ୍ଷା ବୈଠକରେ ସେ ସମସ୍ତଙ୍କ ସାମ୍ନାରେ କିଛି କାରଣ ବସତ ହସିଦେଇଥିଲେ । ଏନେଇ ତାଙ୍କୁ ସିନିୟର ମାନଙ୍କ ଆଗରେ ଏକ ବୈଠକରେ କଣ ପାଇଁ ସେ ହସିଥିଲେ ବୋଲି କାରଣ ଦର୍ଶାଇବାକୁ ନୋଟିସ୍ ପଠାଯାଇଥିଲା । ଯାହାକୁ ପରବର୍ତ୍ତି ସମୟରେ ଲୁଚାଇଦେଇଥିଲେ ଅଧିକାରି ।

ତେବେ ଏହାପରେ ମିହିର ସେହି ନୋଟିସର ପ୍ରତିବାଦ କରି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଯେ ବନ୍ୟା ସମୟରେ ଗୋଟିଏ ପଞ୍ଚାୟତର ମାତ୍ର ୪୦-୫୦ ଜଣଙ୍କୁ ରାନ୍ଧାଖାଦ୍ୟ ଦିଆଯାଇଥିଲା । ଏହା ସେ ନିଜ ଆଖିରେ ବନ୍ୟା ପରିଦର୍ଶନ ସମୟରେ ଦେଖିଥିଲେ । କିନ୍ତୁ ବୈଠକ ସମୟରେ ତାଙ୍କ ଫୋନକୁ ୮୫୦ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ବୋଲି ଏକ ମେସେଜ ଆସିଥିଲା । ଯାହା କି ସରକାରୀ ଦୁର୍ନୀତିର ଏକ ଅଂଶ ବୋଲି ସେ କହିଛନ୍ତି । ଏହି ମେସେଜ୍‌ଟିକୁ ଦେଖି ସେ ବୈଠକରେ ହସିଦେଇଥିଲେ । ଏପରି ଅନ୍ୟାୟର ସେ ପ୍ରତିବାଦ କରିବେ ଏବଂ ଆଗକୁ ଏହି ଲଢେଇ ଜାରି ରଖିବେ ବୋଲି କହିଛନ୍ତି ମିହିର ।

ଏହାପରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ କାହାକୁ ଡରନ୍ତିନି । ଯାହା ସତ ମୁଁ ସେୟା କହିଛି । ଏଥିପାଇଁ ମୋତେ ଯଦି ଚାକିରୀରୁ ବହାରକରିବେ କରିଦିଅନ୍ତୁ ମୋର ଆପତ୍ତି ନାହିଁ । କିନ୍ତୁ ସର୍ବସାଧାରନ ପ୍ରତି ହେଉଥିବା ଅନ୍ୟାୟର ମୁ ପ୍ରତିବାଦ କରୁଛି ଏବଂ କରିବି ।

Leave a Reply

Your email address will not be published. Required fields are marked *