Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀ ଦେଲେ ଉପହାର , ବଢିଲା କନିଷ୍ଠ ଶିକ୍ଷକଙ୍କ ଦରମା..

1 min read

ନିର୍ବାଚନ ପୂର୍ବରୁ କନିଷ୍ଠ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଉପହାର । ବଢିଲା କନିଷ୍ଠ ଶିକ୍ଷକଙ୍କ ଦରମା । ଏବେ ୧୩୮୦୦ ପରିବର୍ତ୍ତେ ମାସିକ ୨୦,୦୦୦ ଟଙ୍କା ପାଇବେ । ଏହି ବର୍ଦ୍ଧିତ ଦରମା ପିଛିଲା ଭାବେ ୨୦୨୩ ଜାନୁଆରୀରୁ ଲାଗୁ ହେବ ।

ସୂଚନାନୁଯାୟୀ ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକ , ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି । ସେମାନଙ୍କର ବିଭିନ୍ନ ଦାବୀକୁ ବିଚାରକୁ ନେଇ ସରକାର ତାଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିବା ପାଇଁ । ଏହା ଦ୍ୱାରା ରାଜ୍ୟର କାର୍ଯ୍ୟରତ ୧୨,୭୮୪ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ । ଏଥିପାଇଁ ଅତିରିକ୍ତ ୯୫ କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ ହେବ ।

Advertisement

ସୂଚନାଯୋଗ୍ୟ ଯେ ୫ଞ ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିୟୋଜିତ ଥିବା କନିଷ୍ଠ ଶିକ୍ଷକମାନେ ସେମାନଙ୍କ ଅସୁବିଧା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ସେମାନଙ୍କର ବିଭିନ୍ନ ଦାବିକୁ ବିଚାରକୁ ନେଇ ସରକାର ତାଙ୍କ ମାସିକ ପାରିଶ୍ରମିକ ୨୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ।

Leave a Reply

Your email address will not be published. Required fields are marked *