ମଧୁମିତାଙ୍କ ମୃତ୍ୟ ଘଟଣାରେ ନୂଆ ମୋଡ଼ , ଅଭିଯୁକ୍ତ ସ୍ୱାମୀ ବିଷୟରେ ସବୁ ତଥ୍ୟ ନେଲେ ବାୟୁସେନା ଅଧିକାରୀ ..
1 min readସାମ୍ବାଦିକା ମଧୁମିତା ମୃତ୍ୟ ଘଟଣାରେ ନୂଆମୋଡ । ସାମ୍ବାଦିକାଙ୍କ ମୃତ୍ୟ ମାମଲାରେ ଗିରଫ ହୋଇଛନ୍ତି ସ୍ୱାମୀ । ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ବାୟୁସେନାରେ ଚାକିରୀ କରୁଥିବାରୁ ତାଙ୍କୁ ଗିରଫ କରାଯିବା ପରେ ବାୟୁସେନା ଅଧିକାରୀ ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି । ବାୟୁସେନା ଅଧିକାରୀ ଭୁବନେଶ୍ଵର କମିଶନରେଟ ପୁଲିସଠାରୁ ଏ ସମ୍ପର୍କିତ ତଥ୍ୟ ନେଇଛନ୍ତି ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ଅନ୍ୟପଟେ, ଘଟଣାର ତଦନ୍ତ କରୁଥିବା ପୁଲିସ ଅଭିଯୁକ୍ତ ଶ୍ରୀଧରଙ୍କ ଯେଉଁ ମୋବାଇଲକୁ ଜବତ କରିଛି ତାହାକୁ ପରୀକ୍ଷା ପାଇଁ ଫୋରେନସିକ ପରୀକ୍ଷାଗାରକୁ ପଠାଇବ। ଏହା ସହିତ ମଧୁମିତାଙ୍କ ମୋବାଇଲକୁ ବି ପରୀକ୍ଷାଗାରକୁ ପଠାଯିବ ବୋଲି କୁହାଯାଇଛି। ଏହାସହିତ ମଧୁମିତା ଏବଂ ଶ୍ରୀଧରଙ୍କ ଭିତରେ ଫାଟ ସୃଷ୍ଟି କରିଥିବା ସେଇ ଦୁଇ ସାଙ୍ଗ କିଏ ସେ ନେଇ ପୋଲିସ ଏବେ ଖୋଳତାଡ଼ ଆରମ୍ଭ କରିଛି । ତେବେ ଏହାପୂର୍ବରୁ ମଧୁମିତାଙ୍କ ସ୍ୱାମୀ ଙ୍କର ସେହି ଦୁଇ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିବା ମଧୁମିତାଙ୍କ ଭଉଣୀ ସୂଚନା ଦେଇଥିଲେ ।
ସୂଚନାଯୋଗ୍ୟ, ଗତ ବୁଧବାର ଦିନ ପାରିବାରିକ ବିବାଦ ଏବଂ ପରକିୟା ପ୍ରିତି ଅଭିଯୋଗର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରିବା ପରେ ସାମ୍ୱାଦିକା ମଧୁମିତା ରେଳ ଧାରଣାରେ ଜୀବନ ହାରିଥିବା ଅଭିଯୋଗ ହୋଇଥିଲା । ଅନ୍ୟପଟେ ମଧୁମିତାଙ୍କ ପରିବାର ସଦସ୍ୟ ଏ ଘଟଣା ବାବଦରେ ପ୍ରତିକ୍ରିୟା ରଖି ମଧୁମିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ମାମଲାରେ ତଦନ୍ତ କରି ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଥିଲା ଧଉଳି ଥାନା ପୋଲିସ । ବର୍ତ୍ତମାନ ଶ୍ରୀଧରଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ରହିଛି ।