Pratidin TV

Odisha's Digital News Platform

ରତ୍ନଭଣ୍ଡାର ଖୋଲିବା ନେଇ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ବଡ ବୟାନ- ଡୁପ୍ଲିକେଟ୍ ଚାବି ଅଛି ନଖୋଲିଲେ ତାଲା ଭଙ୍ଗାଯିବ ।

1 min read

ରତ୍ନ ଭଣ୍ଡାରକୁ ନେଇ ଉଠୁଥିବା ବାଦ ବିବାଦ ଉପରେ ଫୁଲଷ୍ଟପ୍ ପକାଇଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ । ରତ୍ନଭଣ୍ଡାର ଖୋଲିବା ନେଇ ଆଜି ବୈଠକ ହେବା ପରେ ବଡ ବୟାନ ରଖିଛନ୍ତି ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ।

ସେ କହିଛନ୍ତି ଯେ ରତ୍ନଭଣ୍ଡାର ସମ୍ପର୍କୀତ ସମସ୍ତ ଦିଗକୁ ଅନୁଧ୍ୟାନ କରାଯିବା ସହ ସମସ୍ତ ନଥିପତ୍ର ଯାଞ୍ଚ କରାଯାଇଛି । ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ଥିବା ସ୍ପଷ୍ଟ ହୋଇଛି । ଏହାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅନୁଧ୍ୟାନରେ ଅଣାଯିବ ଏବଂ ରତ୍ନଭଣ୍ଡାର ଖୋଲାଯିବାକୁ ନିଷ୍ପତ୍ତି ହୋଇଛି । କିନ୍ତୁ ଯେହେତୁ ଚାବି ଦୀର୍ଘ ଦିନର ହେଲାଣି ତେଣୁ ଏଥିରେ ହୁଏତ କଳଙ୍କି ଲାଗିଥାଇପାରେ ।

Advertisement

ଯଦି ଏହି ଚାବିରେ ରତ୍ନଭଣ୍ଡାର ନଖୋଲେ ତାହେଲେ ତାଲା ଭଙ୍ଗାଯିବ ବୋଲି କହିଛନ୍ତି ଜଷ୍ଟିସ୍ ବିଶ୍ୱନାଥ ।
ତେବେ ଯଦି ଡୁପ୍ଲିକେଟ ଚାବିରେ ତାଲା ଖୋଲେ ତାହେଲେ ପ୍ରଥମ କାମ ହେଲା ରତ୍ନଭଣ୍ଡାରର ମରାମତି କରାଯିବ । ଏହାପରେ ସେଠାରେ ଥିବା ବହୁମୂଲ୍ୟ ଅଳଙ୍କାରର ମଣତି ଗଣତି କରାଯିବ ।

Leave a Reply

Your email address will not be published. Required fields are marked *