ଆରପାରିରେ ଜଷ୍ଟିସ ପ୍ରଦ୍ୟୁମ୍ନ କୁମାର ମହାନ୍ତି
1 min readଆରପାରିରେ ଜଷ୍ଟିସ ପ୍ରଦ୍ୟୁମ୍ନ କୁମାର ମହାନ୍ତି | ଯିଏ ଲୋକଙ୍କୁ ନ୍ୟାୟ ଦେଇ ଆସୁଥିଲେ ସେ ଆଜି ଚିର ଦିନ ପାଇଁ ଆଖି ବୁଝିଛନ୍ତି | ୭୯ ବର୍ଷ ବୟସରେ ସେ କଟକସ୍ଥିତ ଜଷ୍ଟିସଗଡ଼ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି | ତେବେ ତାଙ୍କ ମୃତ୍ୟୁ ବେଳକୁ ତାଙ୍କ ପାଖରେ ସ୍ତ୍ରୀ ସହ ୨ ପୁଅ, ପୁତ୍ରବଧୁ ଓ ଝିଅ ସମେତ ନାତି ନାତୁଣୀ ଉପସ୍ଥିତ ଅଛନ୍ତି
|
ସୂଚନା ଅନୁଯାୟୀ, କଟକ ହାଇକୋର୍ଟ ବିଚାରପତି ଥିବା ବେଳେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଚର୍ଚ୍ଚାରେ ରହି ଆସିଥିଲେ | ସେ ଜଣେ ମିଷ୍ଟଭାସି ଏବଂ ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ବେଶ ଜଣାଶୁଣା | ସିଭିଲ, କ୍ରାଇମବ୍ରାଞ୍ଚ, ସାମ୍ବିଧାନିକ, ସେବା , ଶିକ୍ଷାଗତ, ଓ ସହଯୋଗୀ ମାମଲାରେ ଓଡିଶା ହାଇକୋର୍ଟ ଏବଂ କଟକ ଅନ୍ତର୍ଗତ ସବୋର୍ଡ କୋର୍ଟରେ ମୂଳ, ଅପିଲ୍ ଏବଂ ରିଭିଜନାଲ ପାର୍ଶ୍ୱରେ ଅଭ୍ୟାସ କରିଥିଲେ |
ଜଷ୍ଟିସ ପ୍ରଦ୍ୟୁମ୍ନ ମହାନ୍ତି ୧୯୯୬ରୁ ୨00୭ ପର୍ଯ୍ୟନ୍ତ ଓଡିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଥିଲେ | ୧୯୪୫ ମସିହା ଜାନୁଆରୀ ୨ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ | ଏବଂ ଆଜି ସେ ଶେଷ ନିଶ୍ୱାସ ନେଇଛନ୍ତି | ତେବେ ତାଙ୍କ ମୃତ୍ୟୁରେ କଟକରେ ଶୋକର ଛାୟା ଖେଳିଯାଇଛି |