Pratidin TV

Odisha's Digital News Platform

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ସିରିଜ୍ ; ମାଁଙ୍କୁ ପଡିଆରେ ଧରି ଭାବପ୍ରବଣ ହେଲେ କେ.ଏସ.ଭାରତ , ଜାଣନ୍ତୁ କାହିଁକି

1 min read

ନାଗପୁର : ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରି ଭାବପ୍ରବଣ ହେଲେ କେ.ଏସ. ଭାରତ । ପଡିଆରେ ମାଆଙ୍କୁ କଲେ ଆଲିଙ୍ଗନ । ଯାହାର ଫଟୋ ହେଉଛି ଭାଇରାଲ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ନାଗପୁରରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି ।

Advertisement

ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟତୀତ କେ.ଏସ ଭରତ ଏହି ମ୍ୟାଚ୍‌ରେ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରୁଛନ୍ତି । ତେବେ ସୋସିଆଲ ମିଡିଆରେ କେ.ଏସ ଭରତଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଡେବ୍ୟୁ କ୍ୟାପ ପାଇବା ପରେ କେ.ଏସ ଭରତ ଅତ୍ୟନ୍ତ ଭାବପ୍ରବଣ ହୋଇ ମା’ଙ୍କୁ ଆଲିଙ୍ଗନ କରିଥିଲେ । ଏହାପୂର୍ବରୁ କେ.ଏସ ଭରତ ଘରୋଇ ମ୍ୟାଚ ବ୍ୟତୀତ ଆଇପିଏଲରେ ଖେଳିଥିଲେ । କିନ୍ତୁ ବର୍ତମାନ ତାଙ୍କୁ ଭାରତୀୟ ଟେଷ୍ଟ ଦଳ ପାଇଁ ଡେବ୍ୟୁ କରିବାର ସୁଯୋଗ ମିଳିଛି । ଭରତ ୩୮ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ହାରାହାରି ୪୭୦୭ ରନ ସଂଗ୍ରହ କରିଛନ୍ତି ।

ଏହା ବ୍ୟତୀତ ତାଲିକା-ଏ ମ୍ୟାଚ ଏବଂ ଘରୋଇ ଟି-୨୦ ମ୍ୟାଚରେ ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଉଇକେଟ କିପର ବ୍ୟାଟ୍ସମ୍ୟାନ ଭରତ ୬୪ ତାଲିକା ଏ ମ୍ୟାଚରେ ହାରାହାରି ୩୩.୬ରେ ୧୯୫୦ ରନ ସଂଗ୍ରହ କରିଛନ୍ତି । ୬୭ ଟି-୨୦ ମ୍ୟାଚରେ ୧୧୧୬ ରନ କରିଛନ୍ତି ।

Leave a Reply

Your email address will not be published. Required fields are marked *