Pratidin TV

Odisha's Digital News Platform

ଦେଶରେ ପ୍ରଥମଥର, ରାଜସ୍ଥାନରେ ଶୁଭାରମ୍ଭ ହେଲା କବଚ ୪.O

1 min read

ରେଳ ସୁରକ୍ଷାରେ ଐତିହାସିକ ପଦକ୍ଷପ | ଦେଶରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା କବଚ ୪.0 | ରାଜସ୍ଥାନର ସୱାଇ ମାଧୋପୁରରୁ କୋଟ୍ଟା ଭିତରେ ଏହି ଅତ୍ୟାଧୁନିକ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଆଜି ଏହାର ସମୀକ୍ଷା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ତେବେ କବଚର ବ୍ୟବସ୍ଥା ହେଉଛି, କେଉଁ ସ୍ଥାନରେ କେତେ ସ୍ପିଡ୍‌ ଟ୍ରେନକୁ ରଖିହେବ ତାହା ଗୋଟିଏ ମନିଟରରେ ସ୍ପଷ୍ଟ ଭାବେ ଦେଖିହେବ। ଏହି ମନିଟରରେ ୭ ରୁ ୮ କିଲୋମିଟର ଦୂର ଯାଏଁ ସିଗନାଲର ଆଡଭାନ୍ସ ଲୋକେସନ ଜାଣିହେବ | ଏହାଯୋଗୁଁ ଗତି ନିୟନ୍ତ୍ରଣ କରିହେବ | ଯଦି ଲୋକ ପାଇଲଟ୍ ବ୍ରେକ୍ ନ ଦେଇ ପାରନ୍ତି ଦେବେ ଇଞ୍ଜିନରେ ଲାଗିଥିବା କବଚ ଅଟୋମେଟିକ ବ୍ରେକ୍‌ ଦେଇ ସ୍ପିଡ୍‌ କମ୍‌ କରିଦେବ |ଜାହଗୁଁ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ |

Advertisement

ତେବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଆସନ୍ତା ବର୍ଷ ଭିତରେ ୧୦ ହଜାର ଇଞ୍ଜିନରେ କବଚ ଲଗାଯିବ |

Leave a Reply

Your email address will not be published. Required fields are marked *