Pratidin TV

Odisha's Digital News Platform

ଅଧା ରାତିରେ ଭୁଶୁଡିଲା ନିର୍ମାଣଧୀନ କୋଠା , ୨ମୃତ ୧ ଗୁରୁତର ।

1 min read

ନୂଆଦିଲ୍ଲୀ: ବୁଧବାର ରାତିରେ ଦିଲ୍ଲୀର କବୀର ନଗର ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରାତି ଅଧରେ ଏକ କୋଠା ଭୁଶୁଡ଼ିବା ପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ବୁଧବାର ରାତି ୨:୧୬ ମିନିଟ୍‌ରେ ପୋଲିସକୁ ଡକାଯାଇ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା। ବିଲଡିଂ ଭୁଶୁଡ଼ିବାର ଏହି ଘଟଣା ଦିଲ୍ଲୀର କବୀର ନଗର ଅଞ୍ଚଳରେ ୱେଲକମ୍ ଅଞ୍ଚଳର ନମ୍ବର -୪ ରେ ଘଟିଛି। ରାତିରେ ଦୁଇ ମହଲା ବିଶିଷ୍ଟ ଏକ କୋଠା ଭୁଶୁଡି ପଡିଛି। ଜିନ୍ସ କାଟିବା କାମ ଏହାର ତଳ ମହଲାରେ କରାଯାଉଥିଲା । ସେଠାରେ ୩ ଜଣ ବ୍ୟକ୍ତି ଥିବା ବେଳେ ବିଲଡିଂ ଭୁଶୁଡିପଡିଥିଲା । ଫଳରେ ସେଠାରେ ଚାପିହୋଇ ୨ ଜଣଙ୍କର ମୃତ୍ୟୁ ଘଟିଥିଲା ।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏନଡିଆରଏଫ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ଳାଷ୍ଟର ହଟାଇବା ପରେ ଭିତରେ ଫସି ରହିଥିବା କର୍ମଚାରୀଙ୍କୁ ବାହାରକୁ ଡାକ୍ତରଖାନା ନିଆଯାଇଥିଲା। ମିଳିôତବ ସୂଚନା ଅନୁଯାୟୀ ବିଲ୍ଡିଂ ଭୁଶୁଡ଼ିବା ଘଟଣାରେ ୩୦ ବର୍ଷିୟ ଅର୍ଶଦ ଏବଂ ୨୦ ବର୍ଷିୟ ତାହିଦ୍ଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୨ ବର୍ଷୀୟ ରେହାନ ଗୁରୁତର ଆହତ ହୋଇଛନ୍ତି।ବର୍ତ୍ତମାନ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ପୋଲିସର ସୂଚନାନୁସାରେ, ରାତି ପ୍ରାୟ ୨.୧୬ ସମୟରେ କୋଠା ଭୁଶୁଡ଼ିବା ଖବର ମିଳିଥିଲା। ଏହି କୋଠାର ପ୍ରଥମ ମହଲା ଖାଲି ଥିଲା ଏବଂ ଜିନ୍ସ କାଟିବା ପାଇଁ ତଳ ମହଲା ବ୍ୟବହାର କରାଯାଉଥିଲା । ବିଲ୍ଡିଂ ଭୁଶୁଡ଼ିବା କାରଣରୁ ତିନି ଜଣ କର୍ମଚାରୀଙ୍କୁ ପ୍ଲାଷ୍ଟର ତଳେ ପୋତି ଦିଆଯାଇଥିଲା, ତିନିଜଣଙ୍କୁ ବାହାରକୁ ନିଆଯାଇ ଜିଟିଭି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତରମାନେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ତୃତୀୟ କର୍ମଚାରୀଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛନ୍ତି।

ବିଲଡିଂର ମାଲିକ ଙ୍କ ନା ସାହିଦ ବୋଲି ଜଣାପଡିଛି। ଏହି ଘଟଣା ପରେ ତାଙ୍କ ବିଷୟରେ କିଛି ସୂଚନା ମିଳିନାହିଁ । ତାଙ୍କୁ ଖୋଜିବା ପାଇଁ ପ୍ରୟାସ କରାଯାଉଛି। ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି। ତେବେ ବର୍ତ୍ତମାନ ଘଟଣାର ଯାଞ୍ଚ ଚାଲିଛି।

Leave a Reply

Your email address will not be published. Required fields are marked *