ଶ୍ୟାମଳ ରଙ୍ଗ ଭାଙ୍ଗି ପାରିଲାନି ମନବଳ , ଦିନେ ହେଉଥିଲେ ଟ୍ରୋଲ ଆଜି ଜଣେ ନାମିଦାମୀ ହିରୋଇନ୍ ।
1 min read୫୦ ବର୍ଷରେ ପାଦ ଥାପିଲେଣି କାଜୋଲ ଦେୱଗନ୍ ହେଲେ ଆଜିବି ଟପ୍ ହିରୋଇନ୍ ଭିତରେ ଗଣା ତାଙ୍କ ନାଁ । ଦିନେ ଶ୍ୟାମଳ ରଙ୍ଗ ପାଇଁ ଟ୍ରୋଲ ହୋଇଥିଲେ । କିନ୍ତୁ ସେ ନିଜର ଦମଦାର ଅଭିନୟ ଓ ଅନ୍ଦାଜ ସହ ଲୋକଙ୍କ ମନ ଜିତିଛନ୍ତି ।
ତାଙ୍କ କ୍ୟାରିୟରରେ ଅନେକ ବ୍ଲକବ୍ଲାଷ୍ଟର ଫିଲ୍ମ ତାଙ୍କୁ ଲୋକଙ୍କ ଗହଣରେ ପରିଚିତ କରାଇଛି । କଭି ଖୁସି କଭି ଗମ୍ , କୁଛ କୁଛ ହୋତା ହେଁ, ଦିଲ ୱାଲେ ଦୁଲ୍ହନିଆ ଲେ ଯାଏଙ୍ଗେ, ବାଜିଗର,ବେଖୁଦି,ପ୍ୟାର ହୋନା ହିଁ ଥା,ଗୁଣ୍ଡାରାଜ୍,ଦିଲ କ୍ୟା କରେ ,ଇସ୍କ ଭଳି ଫିଲ୍ମ ତାଙ୍କ କ୍ୟାରିୟରକୁ ଚାର ଚାନ୍ଦ ଲଗାଇଥିଲା ।
ତେବେ କାଜୋଲ ମାତ୍ର ୧୬ ବର୍ହ ବୟସରେ ୧୯୯୨ ରେ ମୁକ୍ତିଲାଭ କରିଥିବା ‘ବେଖୁଦି’ ଫିଲ୍ମ ସହ ବଲିଉଡ୍ରେ ଏଣ୍ଟ୍ରି ମାରିଥିଲେ । ଏହାପରେ ସେ ବାଜିଗରରେ ନଜର ଆସିଥିଲେ । ଏହି ବ୍ଲକ ବ୍ଲାଷ୍ଟର ଫିଲ୍ମ କାଜୋଲଙ୍କୁ ସଫଳତା ଆଣିଦେଇଥିଲା ସତ ତା ସହ ତାଙ୍କୁ ଅନେକ ଟ୍ରୋଲ ମଧ୍ୟ ହେବାକୁ ପଡିଥିଲା । କାରଣ ସେ ନିଜ ମେଲ୍ ଲିଡ୍ଙ୍କ ତୁଳନାରେ ଶ୍ୟାମଳ ଦେଖାଉଥିଲେ । ତଥାପି ଭାଙ୍ଗିନଥିଲା ତାଙ୍କ ମନବଳ ୧୯୯୫ ରେ କାଜୋଲ ୟଶ ଚୋପ୍ରାଙ୍କ ଦିଲୱାଲେ ଦୁଲହନିଆ ଲେ ଯାଏଙ୍ଗେ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଫିଲ୍ମଫେୟାର ପୁରସ୍କାର ପାଇଥିଲେ ।
‘ବେଖୁଦି’
କାଜୋଲ ନିଜ କ୍ୟାରିୟରରେ ‘ନୋ କିସ୍’ ପଲିସି ଫଲୋ କରୁଥିବା ବେଳେ କିନ୍ତୁ ୫୦ ବର୍ଷ ବୟସରେ ଲିପଲକ୍ ସିନ୍ ଧମାକା କରିଥିଲା । ୨୦୧୧ ରେ, କାଜୋଲଙ୍କୁ ଭାରତୀୟ ସିନେମାରେ ତାଙ୍କର ଅବଦାନ ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।