Pratidin TV

Odisha's Digital News Platform

ପୁଣି ଚମକିଲେ ଓଡ଼ିଆ ବୋହୂ, ମିସେସ ଓଡିଶା ରେ ପ୍ରଥମ ସ୍ଥାନ ହାସଲ କଲେ କଳାହାଣ୍ଡି ବୋହୂ ରାନୁ

ବଲାଙ୍ଗୀର ; ପୁଣି ଚମକିଲେ ପଶ୍ଚିମ ଓଡିଶା ର ବୋହୂ । ବଲାଙ୍ଗୀର ଜିଲ୍ଲା ସଇଁତଲା ସହରର ଝିଅ ତଥା କଳାହାଣ୍ଡି ଜିଲ୍ଲା ରଜାମୁଣ୍ଡା ଗାଁର ବୋହୂ ରାନୁ ସାହୁ ହୋଇଛନ୍ତି ଚଳିତ ବର୍ଷ ର ମିସେସ ଓଡିଶା । ଭୁବନେଶ୍ୱର ରେ ଆୟୋଜିତ ହୋଇ ଥିବା ପ୍ରତିଯୋଗିତା ରେ ରାଜ୍ୟ ର ବିଭିନ୍ନ ଜିଲ୍ଲା ରୁ ଆସିଥିବା ମହିଳା ଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

କିଛି ଦିନ ତଳେ ମିସ ଓଡିଶା ରେ ଅନଲାଇନ ରେ ଭାଗ ନେବା ପରେ ବିଭିନ୍ନ ରାଉଣ୍ଡ ରେ ଉଲ୍ଲେଖନିୟ ସଫଳତା ହାସଲ କରିଥିଲେ । ଗତ ଦୁଇ ଦିନ ତଳେ ଭୁବନେଶ୍ୱର ରେ ଆୟୋଜିତ ଫାଇନାଲ ରାଉଣ୍ଡ ରେ ରାନୁ ଗ୍ରାଉଣ୍ଡ ବିଜୟୀ ବିଜେତା ହୋଇ ପାରିଛନ୍ତି ।

ବିବାହ ପରେ ବି ମହିଳା ମାନେ ନିଜ ପ୍ରତିଭାକୁ ପରି ପ୍ରକାଶ କରିପାରିବେ ଓ କେବଳ ଘରର ଚାରି କାନ୍ଥ ରେ ନୁହେଁ ସେ ବାହାରକୁ ବାହାରି ନିଜ ପରିବାରକୁ ଗର୍ବିତ କରି ପାରିବେ ବୋଲି ନିଜ ପ୍ରତି କ୍ରିୟା କହିଁଛନ୍ତି । ରାନୁ ଙ୍କ ଏଭଳି ସଫଳତା ପରେ ତାଙ୍କ ନିକଟକୁ ଚାରିଆଡୁ ଶୁଭେଚ୍ଛା ର ସୁଅ ଛୁଟୁଛି ।

Leave a Reply

Your email address will not be published. Required fields are marked *