ଚାଷୀଙ୍କୁ ଭେଟି ଦେବେ ମୁଖ୍ୟମନ୍ତ୍ରୀ , ମିଳିବ କାଳିଆ ଟଙ୍କା ..
1 min readଚାଷୀଙ୍କୁ ଭେଟି ଦେବେ ମୁଖ୍ୟମନ୍ତ୍ରୀ । ଆଜି ଚାଷୀମାନଙ୍କୁ ମିଳିବ କାଳିଆ ଟଙ୍କା । କାଳିଆ କିସ୍ତି ଅର୍ଥ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯୩୩ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ । ହିତାଧିକାରାଜ୍ୟର ୩୦ ଟି ଜିଲ୍ଲାରେ କାଳିଆ କେନ୍ଦ୍ରର ମଧ୍ୟ ଆଜି ଶୁଭ ଉଦାଘାଟନ କରାଯିବ । ଚାଷୀଙ୍କ ଉନ୍ନତ୍ତିରେ ହିଁ ଦେଶ ଓ ରାଜ୍ୟର ବିକାଶ । କୃଷକଙ୍କୁ ସଶକ୍ତ କରିବା ପାଇଁ ଏହି ସହାୟତା ରାଶି ବଣ୍ଟନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ରୀଙ୍କୁ ଏହି ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ୱାରା ୪୬ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାର ଉପକୃତ ହେବେ ।
ସୂଚନାନୁସାରେ ୨୦୧୮ ଡିସେମ୍ବର ମାସରେ ରାଜ୍ୟର ଚାଷୀମାନଙ୍କ କଲ୍ୟାଣ ନିମନ୍ତେ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ପ୍ରଚଳନ କରିଥିଲେ । ଜୀବିକା ନିର୍ବାହ ଏବଂ ଆର୍ଥିକ ପ୍ରଗତି ନିମନ୍ତେ କାଳିଆ ଯୋଜନାରେ ଏହି ଅର୍ଥରାଶି ପ୍ରଦାନ କରାଯାଉଛି । ଏହି ଯୋଜନାରେ ପ୍ରତିବର୍ଷ ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ରାଜ୍ୟ ବଜେଟରେ ଏଥିପାଇଁ ସ୍ୱତନ୍ତ୍ର ଅର୍ଥ ବ୍ୟୟ ବରାଦ କରାଯାଇଛି । ରାଜ୍ୟର ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଓ ୪୬ ଲକ୍ଷ ଚାଷୀଙ୍କୁ ଆର୍ôଥକ ସହାୟତା ପ୍ରଦାନ ପାଇଁ ଯୋଜନା ହୋଇଛି । ଏହି ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି । ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଯାଉଛି ଟଙ୍କା । ସୂଚନାଅନୁସାରେ ରାଜ୍ୟର ୭୦ ପ୍ରତିଶତ କାଳିଆ ହିତାଧିକାରୀଙ୍କ ସମବାୟ ବ୍ୟାଙ୍କରେ ଖାତା ଖୋଲାଯାଇଛି ।