ପିସିସି ସଭାପତିଙ୍କ ଉପରେ କାଳିମାଡ ମାମଲା , ଶ୍ରୀୟାସ୍ମିତାଙ୍କ ସହ କଂଗ୍ରେସରୁ ୪ ପଦାଧିକାରୀ ବହିଷ୍କୃତ ….
1 min readଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ ଘଟଣାରେ ପିସିସି ସଭାପତିଙ୍କ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ କମିଟିର ପଦକ୍ଷେପ ନିଆଯାଇଛି୍ । କଂଗ୍ରେସରୁ ୫ ଜଣ ୫ ଜଣ କାର୍ଯ୍ୟକର୍ତ୍ତା ତଥା ପଦାଧିକାରୀଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ଯୋଗୁ ସେମାନଙ୍କୁ ବହିଷ୍କାର କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସିସିଟିଭି ଭିଡିଓ ଫୁଟେଜ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଇଛି ।
ବହିଷ୍କୃତ ହୋଇଥିବା କାର୍ଯ୍ୟକର୍ତ୍ତା ତଥା ପଦାଧିକାରୀମାନେ ହେଉଛନ୍ତି- ପ୍ରକାଶ ମିଶ୍ର (ଓପିସିସିର ସାଧାରଣ ସଂପାଦକ), ଶ୍ରୀୟାସ୍ମିତା ପଣ୍ଡା (ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସାଧାରଣ ସଂପାଦକ), ସନ୍ଦୀପ ରାଉତରାୟ (ଏନ୍ଏସ୍ୟୁଆଇ ସଂପାଦକ), ଅମରେଶ ପରିଡ଼ା ( ଯୁବ କଂଗ୍ରେସ, ରାଜ୍ୟ ସଂପାଦକ) ଓ ଆର୍ଯ୍ୟନ ସାସମଲ (ଏନ୍ଏସ୍ୟୁଆଇ, ରାଜ୍ୟ ସଂପାଦକ)।