ଏଇଠି ପୂଜା ପାଆନ୍ତି ମା’ ଛିନ୍ନ ମସ୍ତା ,ଭଗବତୀଙ୍କ ରୌଦ୍ର ରୂପକୁ ନେଇ ରହିଛି ପୌରାଣିକ କଥାବସ୍ତୁ….
1 min readସବୁଠି ଜମିଛି କାଳୀପୂଜା । ଧରାବତରଣ କରିଛନ୍ତି ମା’କାଳୀ । ମନ୍ଦିରରୁ ମଣ୍ଡପ ସବୁଠି ବହୁ ଧୁମଧାମରେ ଚାଲିଛି ମା’ଙ୍କ ଆରାଧନା । ମା’ଙ୍କ ପାଦତଳେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ଶ୍ରଦ୍ଧାରେ ମା’ଙ୍କ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ । ଏହାରି ଭିତରେ କଟକର ବାଖରା ବାଦ୍ ପୂଜା ମଣ୍ଡପରୁ ସାମ୍ନାକୁ ଆସିଛି ମା’ଙ୍କର ନିଆରା ଦୃଶ୍ୟ । ମା’ ଏଠାରେ ଛିନ୍ନ ମସ୍ତା ଦେବୀ ରୂପେ ପୂଜା ପାଉଛନ୍ତି । ସାରା ଭାରତ ବର୍ଷ ବୁଲି ଆସିଲେ ବି କେଉଁଠି ବି ଦେଖିବାକୁ ମିଳେନାହିଁ ମା’ଙ୍କର ଏହି ଉଗ୍ର ରୂପ ।
କଟକର ବାଖରା ବାଦ୍ ପୂଜା ମଣ୍ଡପରେ ବିଜେ କରିଛନ୍ତି ମା’ଛିନ୍ନମସ୍ତା । ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବହୁ ଧୁମଧାମରେ ଚାଲିଛି ମା’ଙ୍କ ଆରାଧନା । ଘଣ୍ଟଘଣ୍ଟା ଓ ମୃଦଙ୍ଗର ତାଳେ ତାଳେ ପ୍ରକମ୍ପିତ ହୋଇଛି ଗଗନପବନ । ୧୪୦ କିଲୋ ଚାନ୍ଦିରେ ପ୍ରସ୍ତୁତି ହୋଇଥିବା ସୁସଜ୍ଜିତ ମେଢ଼ ଭିତରେ ସୁନା ମୁକୁଟ ପିନ୍ଧି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ମା’ଛିନ୍ନମସ୍ତା
।ମାଆ ଙ୍କର ଏହି ଦିବ୍ୟ ରୁପକୁ ଦର୍ଶନ କରିବା ପାଇଁ କାହିଁ କେଉଁ ଆଡୁ ଭକ୍ତ ମାନେ ଧାଇଁ ଆସିଛନ୍ତି ।କଟକରେ ମା’ଙ୍କର ଏହି ଅଭିନବ ରୂପକୁ ପୂଜା କରିବା ପଛରେ ରହିଛି ଅନେକ କିମ୍ବଦନ୍ତୀ । ଯାହା ଆଜିବି ଲୋକମୁଖରେ ବଞ୍ଚି ରହିଛି । ତେବେ ମା’ ଛିନ୍ନମସ୍ତ ଙ୍କର ରହିଚି ନିଆରା ମାହାତ୍ମ୍ୟ । ଏଠାକାର ମୂରବୀ କୁହନ୍ତି ମାତା ପାର୍ବତୀ ତାଙ୍କ ଦୁଇଜଣ ସହଚରୀ ଙ୍କୁ ନେଇ ଗଙ୍ଗା ନଦୀକୁ ସ୍ନାନ କରିବାକୁ ଯାଇଥିଲେ । ଏବଂ ସ୍ନାନ ସାରିବା ପରେ ମା’ ଯେତେବେଳେ କାମାତୁର ହେଲେ ସେହି ସମୟରେ ମା’ଙ୍କ ର ଶରୀର କୃଷ୍ଣକାୟ ହୋଇଗଲା । ଏହାପରେ ଦୁଇ ସହଚରୀ ମା’ ଙ୍କୁ ଭୋଜନ ଯାଚନା କଲେ । ମା’ଙ୍କ ନିକଟରେ କିଛି ଭୋଜନ ନ ଥିବାରୁ ମା’ ନିଜେ ହିଁ ନିଜର ମସ୍ତକ କାଟିଦେଲେ । ଏବଂ ଦୁଇ ସହଚରୀ ଙ୍କୁ ଶିର କଟା ରକ୍ତ ଦେବା ସହ ନିଜେ ମଧ୍ୟ ନିଜର ରକ୍ତକୁ ଭୋଜନ କରିଥିଲେ ବୋଲି କହିଛନ୍ତି ବାଖରାବାଦ୍ ଲୋକ ମଙ୍ଗଳ କମିଟିର ସମ୍ପାଦକ ରାଜୀବ ନନ୍ଦ ।୧୯୪୨ ମସିହାରୁ ମା’ ଛିନ୍ନ ମସ୍ତ ଏଠାରେ ପୂଜା ପାଉଛନ୍ତି । ମା’ ଙ୍କର ପୂଜା ମଧ୍ୟରାତ୍ର ରୁ ଆରମ୍ଭ ହୋଇ ଭୋର୍ ୫ ଘଟିକା ସମୟରେ ଶେଷ ହୋଇଥାଏ ।ତେବେ ଭାରତ ବର୍ଷରେ ଏକ ମାତ୍ର ଛିନ୍ନ ମସ୍ତା ଦେବୀ ପୂଜା ପାଉଛନ୍ତି କଟକ ବାଖରା ବାଦ୍ ପୂଜା କମିଟିରେ।