Pratidin TV

Odisha's Digital News Platform

ଭାରତର ପ୍ରଥମ ଅନ୍ତରୀକ୍ଷ ରାଣୀ କଳ୍ପନା ଚାୱଲା ଙ୍କ ଜନ୍ମ ତିଥିରେ , ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା …

1 min read

ଭାରତ ମାଆର ସାହାସୀ ଝିଅ । ଯିଏ ଅନ୍ତରୀକ୍ଷରେ ବି କରିଥିଲେ ଭାରତର ଗୌରବ ଗାନ । ଏବଂ ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ କଳ୍ପନା ଚାୱଲା ରଚିଥିଲେ ଇତିହାସ । ଆଜି ହେଉଛି ତାଙ୍କର ୬୨ତମ ଜନ୍ମ ଦିନ ।ତାଙ୍କ ଜନ୍ମ ଦିନରେ ଝୁରୁଛି ସାରା ଭାରତ । ମାଟି ଠାରୁ ମାଆ ପର୍ଯ୍ୟନ୍ତ ସମସ୍ତେ ସମସ୍ତେ ଝୁରୁଛନ୍ତି କଲ୍ପନାଙ୍କୁ । ଫେବୃଆରୀ ୧ ତାରିଖ ଦୁନିଆର ସବୁ ମହାକାଶ ବିଜ୍ଞାନୀଙ୍କ ପାଇଁ ଦୁଃଖର ଦିନ । କାରଣ ୨୦୦୩ ମସିିିିିିହା ଫେବୃଆରୀ ୧ ତାରିଖରେ ଆମେରିକାର ମହାକାଶ ଷଟଲ କଲମ୍ବିଆ ନିଜର ମହାକାଶ ମିଶନ ପୁରାକରି ପୃଥିବୀପୃଷ୍ଠକୁ ଫେରିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଫଳରେ ଦୁର୍ଘଟଣାରେ ସମସ୍ତ ମହାକାଶ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଆଉ ଏହି ଦୁର୍ଘଟଣାରେ ଭାରତୀୟ ମହାକାଶ ଯାତ୍ରୀ କଳ୍ପନା ଚାୱଲା ମଧ୍ୟ ପ୍ରାଣ ହରାଇଥିଲେ ।

୧୯୬୨ ମସିହାରେ ହରିୟାଣାର କରନାଲରେ ଜନ୍ମ ହୋଇଥିବା କଳ୍ପନା ଚାୱଲା ୨୦ ବର୍ଷ ବୟସରେ ସ୍ନାତକ କରିବା ପରେ ଆମେରିକା ଚାଲି ଯାଇଥିଲେ । ୧୯୮୪ ମସିହାରେ ଟେକ୍ସସ ୟୁନିଭର୍ସିଟିର ଆଗକୁ ପାଠ ପଢିଥିଲେ । ୧୯୯୫ ଓ ୧୯୯୮ ରେ ପ୍ରଥମ ଉଡାଣ ପାଇଁ ଚୟନ ହୋଇଥିଲେ । ମହାକାଶରେ ଓ ୩୭୨ ଘଣ୍ଟା ବିତାଇଥିଲେ ଓ ପୃଥିବୀର ୨୫୨ ପରିକ୍ରମା ପୁରା କରିଥିଲେ । ତେବେ କଳ୍ପନା ଚାୱଲାଙ୍କ ୬୨ ତମ ଜନ୍ମ ତିଥିରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା ।

Advertisement

୨୦୦୪ ମେ ୧୨ ତାରିଖରେ ଆମେରିକା ମହାକାଶ ଏଜେନ୍ସି କଳ୍ପନାଙ୍କ ସ୍ମୃତିକୁ ସମ୍ମାନିତ କରିବାକୁ ଏକ ସୁପର କମ୍ପ୍ୟୁଟର ସମର୍ପିତ କରିଥିଲା । ଏସଜିଆଇ ଆଲ୍ଟିକ୍ସ ୩୦୦ ସୁପର କମ୍ପ୍ୟୁଟର ଉପ ଯୋଗ ଋଉଉଙ ଫ୍ରେମୱାର୍କରେ ହାଇ ରିଜୋଲ୍ୟୁସନ ବିଶ୍ଳେଷଣ ପାଇଁ କରାଯାଇଥିଲା । କଳ୍ପନା ଚାୱଲା ଙ୍କ ଶେଷ ଇଚ୍ଛା ଥିଲା ଯେ ତାଙ୍କର ଅନ୍ତିମ ସଂସ୍କାର ଆମେରିକାରର ଉଟାହ ସିୟୋନ ନ୍ୟାସନାଲ ପାର୍କରେ କରାଯାଇଥିଲା । କଳ୍ପନା ନିଜ ୪ ଭାଇ-ଭଉଣୀ ମଧ୍ୟରୁ ସବୁଠାରୁ ସାନ ଥିଲେ । ସ୍ନେହରେ ଘରେ ସମସ୍ତେ ତାଙ୍କୁ ମୋଟୁ ଡାକୁଥିଲେ । ଅଷ୍ଟମା ପଢିବା ସମୟରେ ସେ ଇଞ୍ଜିନିୟର ହେବେ ବୋଲି କହିଥିଲେ । ହେଲେ ତାଙ୍କ ବାପା ଚାହୁଁଥିଲେ ସେ ଡାକ୍ତର କିମ୍ବା ଶିକ୍ଷୟତ୍ରୀ ହେବା ପାଇଁ । ସେ ପଞ୍ଜାବ ଇଞ୍ଜିନିୟରିଂ କଲଜରେ ଏରୋନେଟିକ୍ସ ଇଞ୍ଜିନିୟରିଂରେ ସ୍ନାତକ କରିଥିଲେ । ଏହାପରେ ୨୦ ବର୍ଷ ବୟସରେ ସେ ଆମେରିକା ଚାଲି ଯାଇଥିଲେ ।

ଏହାର ଦୁଇ ବର୍ଷ ପରେ ଏରୋସ୍ପେସ ଇଞ୍ଜିନିୟରିଂରେ ମାଷ୍ଟର ଅଫ ସାଇନ୍ସ ଡିଗ୍ରୀ ହାସଲ କରିଥିଲେ । କଳ୍ପନା ଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଛାତ୍ରବୃତ୍ତି ଏବଂ ଅନେକ ସଡକ ମଧ୍ୟ ନିର୍ମାଣ କରାଯାଇଛି । ଏମିତିକି ଆମେରିକାର ଏକ ପ୍ରତିରକ୍ଷା କମ୍ପାନୀ ସ୍ପେସସିପର ନାଁ କଳ୍ପନାଙ୍କ ନାମରେ ରଖିଥିଲା । ଆଜି ତାଙ୍କ ଜନ୍ମ ଦିବସରେ ଗଭୀର ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଉଛି ପୁରାଦେଶ ।

Leave a Reply

Your email address will not be published. Required fields are marked *