Pratidin TV

Odisha's Digital News Platform

ଶାଶୁ-ଶ୍ଵଶୁରଙ୍କ ଆର୍ଶୀବାଦ ନେଲେ ପୋଷ୍ଟ କଲେ….. ସ୍ୱାମୀଙ୍କ ସ୍ୱର ହେବେ କଳ୍ପନା ସୋରେନ

1 min read

ରାଜନୀତିରେ ପାଦ ଦେବାକୁ ଯାଉଛନ୍ତ୍ତି ଝାରଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ତ୍ରୀ କଳ୍ପନା ସୋରେନ | ଗତକାଲି ସକାଳେ କଳ୍ପନା ଜେଲରେ ତାଙ୍କ ସ୍ୱାମୀଙ୍କୁ ଭେଟିଥିବା ବେଳେ ପରେ ନିଜ ଶାଶୁ ଶ୍ୱଶୁରଙ୍କ ଆର୍ଶୀବାଦ ନେଇଛନ୍ତି | ପରେ କଳ୍ପନା ହେମନ୍ତଙ୍କ X ହ୍ୟାଣ୍ଡେଲରେ ପୋଷ୍ଟ କରି ଖୁସି ଖବର ଦେଇଥିଲେ କି ସେ ରାଜନୀତି ଦୁନିଆରେ ପାଦ ଦେବାକୁ ଯାଉଛନ୍ତି |

ଜମି ଦୁର୍ନୀତି ମାମଲାରେ ଇସ୍ତଫା ଦେଇଥିବା ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ବାନ୍ଧିବା ଘଟଣାକୁ ପ୍ରାୟ ମାସେ ହୋଇ ଯାଇଥିବା ବେଳେ ଗତ ରାତିରେ ଏପରି ଘୋଷଣା କରିଛନ୍ତି ତାଙ୍କ ପତ୍ନୀ କଳ୍ପନା ସୋରେନ ।

ତେବେ କଳ୍ପନା ସୋରେନ ହେମନ୍ତଙ୍କ X ହ୍ୟାଣ୍ଡେଲରେ ପୋଷ୍ଟ କରି ଲେଖିଥିଲେ, ‘ଝାଡଖଣ୍ଡବାସୀ ତଥା ଜେଏମଏମ୍‌ ପରିବାର ଓ ଅସଂଖ୍ୟ କାର୍ଯ୍ୟକର୍ତ୍ତାଙ୍କ ଦୀର୍ଘ ଦିନର ଦାବି ପରେ ମୁଁ ରାଜନୈତିକ ଜୀବନ ଆରମ୍ଭ କରିବାକୁ ଯାଉଛି | ଯେଉଁ ପର୍ଯ୍ୟନ୍ତ ମୋ ସ୍ୱାମୀ ହେମନ୍ତ ସୋରେନ ପୁଣି ଠାରେ ଫେରିନାହାନ୍ତି ସେପର୍ଯ୍ୟନ୍ତ ତାଙ୍କ ସ୍ୱର ଭାବରେ ଲୋକଙ୍କ ନିକଟରେ ମୁଁ ପହଁଞ୍ଚିବି | ସାଧାରଣ ଲୋକଙ୍କ ସେବା ପାଇଁ ତାଙ୍କ ପାଖରେ ରହିବି |’ ଏହାସହ ସେ ଆହୁରି ମଧ୍ୟ ଲେଖିଛନ୍ତି, ଝାଡ଼ଖଣ୍ଡବାସି ଆପଣମାନେ ଯେପରି ମୋ ସ୍ୱାମୀ ହେମନ୍ତଙ୍କୁ ନିଜ ଭାଈ ତଥା ପୁଅ ହିସାବରେ ଭଲ ପାଇବା ଦେଇଛନ୍ତି ସେପରି ତାଙ୍କ ସ୍ତ୍ରୀ ହିସାବରେ ମୋତେ ମଧ୍ୟ ସେପରି ଭଲପାଇବା ଦେବେ ବୋଲି ଆଶା କରୁଛି |

Leave a Reply

Your email address will not be published. Required fields are marked *