Pratidin TV

Odisha's Digital News Platform

ମୋଦୀଙ୍କ ପାଇଁ କେନ୍ଦ୍ରାପଡାରୁ ରାକ୍ଷୀ ପଠାଇଲେ କମଳା ଭଉଣୀ , ଦିନେ ଜରି ଗୋଟାଇ ଆସିଥିଲେ ଚର୍ଚ୍ଚାକୁ ….

1 min read

କେନ୍ଦ୍ରାପଡ଼ା ; ଏଣେତେଣେ ପଡିଥିବା ଛିଣ୍ଡା ଜରିକୁ ଗୋଟାଇବା ସହ କିଛି ସ୍ଥାନରେ ଜରି ଦେଖିଲେ ସେଗୁଡିକୁ ଲୁଚାଇ ଆଣୁଥିଲେ ଲୋକେ ତାଙ୍କୁ ଭାବୁଥିଲେ ପାଗିଳୀ କିନ୍ତୁ ଆଜି ସମସ୍ତଙ୍କ ପାଇଁ ରୋଲ ମଡେଲ ପାଲଟିଗଲେ । ସେ ଆଉ କେହି ନୁହଁନ୍ତି ଆମ ସଭିଙ୍କ ପ୍ରିୟ କମଳା ମାଉସୀ ଯିଏ ପଲିଥିନ ଆଉ ଅଳିଆ ଆବର୍ଜନାରୁ ଘର କରଣା ଜିନିଷ ତିଆରି କରି ନିଜ ସହ ମହିଳାଙ୍କୁ ବନାଇଛନ୍ତି ସ୍ୱାବଲମ୍ବୀ । ଆଉ ଏଥିପାଇଁ ତ ମନ କି ବାତରେ କେନ୍ଦ୍ରାପଡାର କମଳା ମାଉସୀ ପ୍ରଧାନମନ୍ତ୍ରୀ ଭୁରି ଭୁରି କରିଥିଲେ ତାଙ୍କ ପ୍ରଶଂସା । ଆଉ ଖାସ ସେଇଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାଇ ବୋଲି ଭାବି ତାଙ୍କ ପାଇଁ ରାକ୍ଷୀ ପଠାଉଛନ୍ତି କମଳା ମାଉସୀ ।

ପ୍ରଧାନମନ୍ତ୍ରୀଙ୍କ ୯୮ତମ ମନ କି ବାତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲାର କମଳା ମହାରଣା ଙ୍କ ଉଦାହରଣ ଦେଇ ଦୁନିଆକୁ ବଡ ଶିକ୍ଷା ଦେଇଥିଲେ । କମଳା ମାଉସୀଙ୍କ ବୟସ ୬୫ ଛୁଇଁଲାଣି ଆଉ ଏବେ ଆଖିକୁ ଠିକ ସେ ଦିଶିବା ମୁସ୍କିଲ ହୋଇପଡ଼ିଲାଣି।ଘର କେନ୍ଦ୍ରାପଡା ଗୁଲନଗର ପଞ୍ଚାୟତ “ଖଇରାବାଦ” ଗାଁରେ। ପଲିଥିନକୁ ପୁନଃ ବ୍ୟବହାର କରି ସେଥିରୁ ଡାଲା,ଚାଙ୍ଗୁଡ଼ି,ଶିକା,ଟୋପି ଇତ୍ୟାଦି ଘର ସଜାଇବା ଭଳି ବିଭିନ୍ନ ସାମଗ୍ରୀ ତିଆରି କରିଥାନ୍ତି।ଯାହାକୁ ନେଇ କମଳା ନିଜ ପରିଚୟ ସୃଷ୍ଟି କରି ପାରିଛନ୍ତି। ପ୍ରଥମେ ବର୍ଜ୍ୟବସ୍ତୁରୁ ଘର ସଜା ସାମଗ୍ରୀ ତିଆରି ପାଇଁ ପଲିଥିନ ଗୋଟାଉଥିବା ପାଗଳୀ(କମଳାଙ୍କ ପିଲାବେଳର ନାଁ) ଆଜି ସମାଜ ପାଇଁ ଏହି ଛିଣ୍ଡା ଜରି ମାନଙ୍କରୁ ସାମଗ୍ରୀ ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ଆମେ ପ୍ରତିଦିନ ବଜାରରୁ ଆଣୁଥିବା ଛୋଟବଡ଼ ସାମଗ୍ରୀକୁ ପଲିଥିନ ମାଧ୍ୟମରେ ଆଣିଥାଉ ଆଉ ପରେ ସେହି ପଲିଥିନକୁ ଏଣେତେଣେ ଫୋପାଡ଼ିଦେଇଥାଉ। ଯାହା ପାଇଁ କି ପରିବେଶ ଦୂଷିତ ହେବା ସହ ଅନେକ ଗାଈଗୋରୁ ମଧ୍ୟ ପଲିଥିନକୁ ଜାଣି ନପାରି ଖାଇବା ଦ୍ୱାରା ସେମାନଙ୍କର ମୃତ୍ୟ ମଧ୍ୟ ହୋଇଥାଏ।ତେବେ ସେହି ପଲିଥିନରୁ ଭଳି କି ଭଳି ଘରକରଣା ଓ ସଜା ସାମଗ୍ରୀ ତିଆରି କରି ଏବେ ଚର୍ଚ୍ଚାରେ କମଳା ମାଉସୀ। ଫାଙ୍କା ସମୟରେ ନିଜ ଘରୁ ତଥା ଘର ବାହାରେ ପଡ଼ିଥିବା ବିଭିନ୍ନ ପ୍ରକାରର ପଲିଥିନକୁ ଗୋଟାଇ ଆଣନ୍ତି କମଳା।

Advertisement

ସେ ସବୁକୁ ସଫାକରିବା ପରେ ସେଗୁଡିକୁ କାଟି କମଳା ବସିପଡନ୍ତି ତାଙ୍କ ବୁଣାବୁଣି ଧନ୍ଦାରେ।ଏହି ବୁଣାବୁଣି କାମରେ ବ୍ୟବହୃତ ବେରୁହାଁ ଓ ଜୁଣକୁ ଧାନ କଟା ସମୟରେ ବିଲରୁ ଆଣିକି ରଖିଥାନ୍ତି କମଳା।କଟା ଯାଇଥିବା ଜରି ଭିତରେ ଜୁଣ ଓ ବେରୁହାଁକୁ ଦେଇ ସୁତା ମାଧ୍ୟମରେ ଗୁଡ଼ାଇ ସେ ତିଆରି କରିଥାନ୍ତି ବିଭିନ୍ନ ପ୍ରକାରର ସାମଗ୍ରୀ।ନିଜର ଏହି କାମ ସମ୍ପର୍କରେ ,”ଆଗରୁ ଜରି ଗୋଟାଇ ଆଳୁ ଅଖାର ଜରି ସୁତୁଲୀରେ ମୁଁ ବିଭିନ୍ନ କିସମର ଜିନିଷ ତିଆରି କରୁଥିଲି ଏବେ ବାର ବନ୍ଧା ସୁତୁଲୀରେ ବିଭିନ୍ନ କିସମର ଜିନିଷ ବୁଣୁଛି।

ଏନେଇ କମଳା କୁହନ୍ତି ଯେ ରାସ୍ତା ସେ ପାଖରେ ଥିବା ଭଣଜା ଘରକୁ ବୁଲିବାକୁ ଯିବା ବେଳେ ଜରି ପଡ଼ିଥିଲେ କେହି ନଥିବା ବେଳେ ଗୋଟାଇ ଆଣେ ନୋହିଲେ ଶାଗ ତୋଳିବା ବାହାନାରେ ଅଟା ଜରି ପଡ଼ିଥିଲେ ଗୋଟାଇ ନେଇଆସେ।ସ୍ୱାମୀଙ୍କ ଠାରୁ ଆରମ୍ଭ କରି ସାହି ପଡିଶା ତାଙ୍କୁ ତାଙ୍କ ଡାକ ନାମ “ପାଗିଳୀ” ର ସାର୍ଥକତା କରୁଛୁ ବୋଲି କହୁଥିଲେ। ୨୦୨୩ ମସିହା ଫେବୃଆରୀ ମାସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯୮ତମ “ମନ କି ବାତ” ରେ ତାଙ୍କୁ ଭଉଣୀ ବୋଲି ସମ୍ବୋଧନ କରି “ସ୍ୱଚ୍ଛ ଭାରତ ଅଭିଯାନ”ର ଅଂଶ କହିବା ପରେ ଚାରିଆଡେ ମୋ ନାଁ ବିଖ୍ୟାତ ହୋଇଗଲା” ବୋଲି କହିଛନ୍ତି କମଳା ମହାରଣା।”ମୋ ନାଁ ବିଖ୍ୟାତ ହେବା ପରେ ଲୋକମାନେ ମୋତେ ଏବେ ଜରି ଯାଚିକି ଆଣି ଦେଇ ଯାଉଛନ୍ତି, ମୁଁ ବି ଆଉ ଲୁଚାଇ ନ ଆଣି ଦେଖାଇକି ଜରି ଆଣୁଛି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ବହୁତ ଇଚ୍ଛା ଥିଲା ହେଲେ ଭେଟି ପାରିନଥିଲି।ଚଳିତବର୍ଷ ମେ ୨୯ ତାରିଖରେ ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡା ବାରୋ ପଡ଼ିଆକୁ ନିର୍ବାଚନ ପ୍ରଚାର ପାଇଁ ଆସିଥିବା ବେଳେ ମୋତେ ଡାକିଥିଲେ ଆଉ ମୁଁ ପ୍ରଧାନମନ୍ତ୍ରୀଙ୍କୁ ନମସ୍କାର କରିବାରୁ ସେ ମୋତେ ଆଣ୍ଠୁ ମାଡି ନମସ୍କାର କଲେ ଯାହାକି ମୋତେ କଷ୍ଟ ଦେଇଥିଲା।ଗତବର୍ଷ ମୁଁ ରାକ୍ଷୀ ପଠାଇଥିଲି ହେଲେ ତାହା ମିଳିଥିଲା କି ନାହିଁ ଜଣାନାହିଁ।ଚଳିତବର୍ଷ ରାକ୍ଷୀ ପୂର୍ଣ୍ଣିମା ଆଗରୁ ମୁଁ ରାକ୍ଷୀ ପଠାଇଛି ଓ ଆଶା କରୁଛି ସେ ରାକ୍ଷୀ ପାଇ ବାନ୍ଧିବେ” ବୋଲି କମଳା କହିଛନ୍ତି।

କମଳା ବା ପାଗିଳୀଙ୍କ ଏହି କାର୍ଯ୍ୟ ସମ୍ପର୍କରେ ତାଙ୍କର ଶାଶୁ ରେବତୀଙ୍କ ପ୍ରତିକ୍ରିୟା ଅନୁଯାୟୀ,”ସେ ଯେତେବେଳେ ଆମ ନାତି ଘରକୁ ଯାଇ ସେ ଆଡୁ ଜରି ଗୋଟାଇ ଆଣିଥାଏ ଏବଂ ତାକୁ ପାଗିଳୀ ଜରି କେଉଁଠୁ ପାଇଲୁ ପଚାରିଲେ ସେ ବିଭିନ୍ନ କଥା ଭୁଲାଇଥାଏ ଯେଉଁଥିପାଇଁ ମୁଁ ତାକୁ ଗାଳି କରିଥାଏ” ବୋଲି କୁହନ୍ତି।ଆହୁରିମଧ୍ୟ ମୋ ବୋହୂର ରାକ୍ଷୀକୁ ପ୍ରଧାନମନ୍ତ୍ରୀ ବାନ୍ଧିବେ ସେନେଇ ଆମେ ବହୁତ ଖୁସି ବୋଲି କହିଛନ୍ତି କମଳାଙ୍କ ଶାଶୂ ।ତେବେ ଏସବୁ ପରେ କମଳା ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଙ୍କର କାମ କରିବାକୁ ଅଧିକ ଗତିଶୀଳ କରାଇବା ସହ ଗୋଷ୍ଠୀରେ ଥିବା ୨୩ ଜଣ ମହିଳାଙ୍କୁ କାର୍ଯ୍ୟ ଯୋଗାଇ ଦେବା ପାଇଁ ଏକ ଘରର ଆବଶ୍ୟକତା ଥିବା ଜଣାଇଛନ୍ତି ! ଓ ଏନେଇ ଜିଲ୍ଲାର ବିଭିନ୍ନ ଅଧିକାରୀ କଥା ଦେଇଥିଲେ ଘର ଖଣ୍ଡେ ଯୋଗାଇଦେବେ ଓଳି ହେଲେ ଆଜି ପର୍ଯ୍ୟନ୍ତ ଦେଲେନାହିଁ ତେ ଉ ଆଜି ଘର ଖଣ୍ଡିଏ ପାଇଁ ‘ ରାଖୀସହିତ ଅଭିଯୋଗ ପତ୍ର ପଠାଇଛନ୍ତି କମଳା ମହାରଣା ।

Leave a Reply

Your email address will not be published. Required fields are marked *