Pratidin TV

Odisha's Digital News Platform

ଋଣ ଟଙ୍କାରେ ବିଧାୟକ ବନିଗଲେ କମଳେଶ୍ୱର ଡୋଡିୟାର…

ଋଣ କରି ବିଧାନସଭା ନିର୍ବାଚନ ଲଢୁଥିଲେ ଜଣେ ପାର୍ଥୀ । ଶେଷରେ ହେଭିୱେଟ ନେତାଙ୍କୁ ପଛରେ ହୋଇଗଲେ ବିଧାୟକ । ତେବେ ନିର୍ବାଚନ ଲଢିବା ପାଇଁ ହେଲେ ପାର୍ଥୀଙ୍କୁ ମୋଟା ଅଙ୍କରେ ଅର୍ଥ ଖର୍ଚ୍ଚ କରିବାକୁ ପଡେ । ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରିବା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଖୁସି କରେଇବାକୁ ଚେଷ୍ଟା କରନ୍ତି ରାଜନେତା ମାନେ । ଆଉ ଏଥିପାଇଁ ଅଧିକ ପରିମାଣରେ ଟଙ୍କାର ଆବଶ୍ୟକତା ରହିଥାଏ । ହେଲେ ଏଠାରେ କମଳେଶ୍ୱର ଡୋଡିୟାର ନାମକ ଜଣେ ପାର୍ଥି ଋଣ ନେଇ ନିର୍ବାଚନ ଶେଷରେ ବିଧାୟକ ହୋଇଛନ୍ତି । ମଧ୍ୟପ୍ରଦେଶର ସୈଲାନା ବିଧାନସଭା ଆସନରୁ ଲଢିଥିବା ପ୍ରାର୍ଥୀ କମଳେଶ୍ୱର ଡୋଡିୟାର ବଡ ବଡ ନେତାଙ୍କୁ ହରାଇ ସେ ଐତିହାସିକ ବିଜୟ ହାସଲ କରିଛନ୍ତି । ସେ କଂଗ୍ରେସ ପାର୍ଥୀ ହର୍ଷ ବିଜୟ ଗେହଲଟଙ୍କୁ ୪୬୧୮ ଭୋଟରେ ପରାସ୍ତ କରିଛନ୍ତି । କମଳେଶ୍ୱର ୭୧୨୧୯ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୬୬୬୦୧ ଭୋଟ ମିଳିଛି । ଏବେ କମଳେଶ୍ୱର ବିଧାୟକ ତ ହୋଇଛନ୍ତି ହେଲେ ଋଣ କେମିତି ସୁଝିବେ ତାକୁ ନେଇ ସେ ଚିନ୍ତାରେ ଅଛନ୍ତି । ନିର୍ବାଚନରେ ଜିତିବା ଲାଗି ନିଜ ନିର୍ବାଚନ ମଣ୍ଡଳୀରେ କମଳେଶ୍ୱର ଭୋଟ ମାଗିବା ସହ ଋଣ ପ୍ରତିଶୋଧ ପାଇଁ ସାହାଯ୍ୟ ମଧ୍ୟ ମାଗିଛନ୍ତି । ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଋଣ ସୁଝିବା ଲାଗି ସେ ଆର୍ଥିକ ସହାୟତା ମାଗିଥିବା ଜଣାପଡିଛି । ତେବେ ନିର୍ବାଚନରେ କମଳେଶ୍ୱର ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏହି ଅର୍ଥ ସେ ଋଣ ଆକାରରେ ଆଣିଥିବା ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *