Pratidin TV

Odisha's Digital News Platform

ଧରାପଡିଲେ କୁଖ୍ୟାତ୍ ବ୍ଲାକ୍-ପଲସର ଗ୍ୟାଙ୍ଗ୍ , ଦ୍ୱିନ-ଦ୍ୱିପହରରେ ଲୋକଙ୍କୁ ଲୁଟୁଥିଲେ ଏପରି …..

1 min read

କନ୍ଧମାଳ : ଗତ ୩ ତାରିଖ ରେ ଫୁଲବାଣୀ ସହର ବ୍ୟବସାୟୀ ବ୍ରାହ୍ମଣ ସାହିର ଅଶ୍ୱିନୀ କୁମାର ପାତ୍ର ଏବଂ ତାଙ୍କର ଗୁମାସ୍ତା ରମେଶ ପ୍ରଧାନ। ଦୁହେଁ ହିରୋ ଡୁଏଟ ସ୍କୁଟି ଗାଡି ରେ ହାଟପଦା ନିକଟସ୍ଥ ଏକ୍ସିସ ବ୍ୟାଙ୍କ କୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଜମା କରିବାକୁ ଯାଉଥିବା ବେଳେ । ଦୁଇଜଣ ଲୁଟେରା ୧୧.୩୦ ମିନିଟ ରେ ମୁଁହ ରେ ମୁଖା ପିନ୍ଧି ଗୋଟିଏ ପଲସର ଗାଡି ରେ ଆସି ସେମାନଙ୍କ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟି ନେଇଥିଲେ ।

ଲୁଟ ଘଟଣା ସମ୍ପର୍କରେ ଫୁଲବାଣୀ ଆଦର୍ଶ ଟାଉନ ଥାନାରେ ଅଭିଯୋଗ ହେବା ପରେ ଟାଉନ ଥାନା ଅଧିକାରୀ ଅଶୋକ କୁମାର ଗିରି ଘଟଣା ସ୍ଥଳରେ ପହଞ୍ଚି ନିକଟସ୍ଥ ଏକ୍ସିସ ବ୍ୟାଙ୍କ , ରେଡ଼ରୋଜ ହୋଟେଲ, କେତେକ ଘରେ ଲାଗିଥିବା ସିସି ଟିଭି ଫୁଟେଜ ସଂଗ୍ରହ କରି ଲୁଟ ଘଟଣା ର ତନା ଘନା ତଦନ୍ତକରି ଲୁଟେରାଙ୍କୁ ଧରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ଘଟଣା ର ଦୁଇ ଦିନ ଭିତରେ କନ୍ଧମାଳ ପୋଲିସ କେସିଙ୍ଗା ଥାନା ଅଂଚଳ ରୁ ଦୁଇ ଲୁଟେରା ଓ ତାଙ୍କ ସହଯୋଗୀ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଦୁଇ ଲୁଟେରା ଗଞ୍ଜାମ ଜ଼ିଲ୍ଲା ଆସ୍କା ଥାନା ଅଧିନସ୍ଥ ପାକଲା ପଲ୍ଲୀ ଅଂଚଳ ର ଏ କିଶୋର ଓରଫ ଶ୍ରୀକାନ୍ତ ଅନ୍ୟ ଜଣେ ଏ ହରି ଓରଫ ଏଙ୍କେଟେସ ଏଂବ ତାଙ୍କ ପାଖରୁ ଲୁଟ ହୋଇ ଥିବା ସମୁଦାୟ ୧୭ ଲକ୍ଷ ୫୦ ହଜାର ଟଙ୍କା ବ୍ୟବହାର କରୁଥିବା ୭ଟି ମୋବାଇଲ, ଦୁଇ ଟି ଗାଡି ଚାବି ସହିତ ଦୁଇଟି ମାଷ୍ଟର କି ଏଂବ ଫେରାର ହେଉଥିବା ସ୍ବିଫ ଡିଜ଼ାର କାର ଏଂବ ଆନ୍ଧ୍ରା ଅଂଚଳ ରୁ ଚୋରି କରି ଆଣି ବ୍ୟବହାର କରୁଥିବା ୨୨୦ ପଲସର ବାଇକ ଜବତ କରିଥିଲେ ।

Advertisement

ପୋଲିସକୁ ଚକମା ଦେଇ ସ୍ବିଫ୍ଟ ଡିଜ଼ାର କାରରେ ଏହି ଦୁଇ ଲୁଟେରାଙ୍କୁ ଫେରାର କରୁଥିବା ଗଞ୍ଜାମ ଜ଼ିଲ୍ଲା ଆସ୍କା ଥାନା ଅଂଚଳ ର ୪ ଜଣ ସେମାନଙ୍କ ନାମ .ଏମ ମିଲି ‘ ସରସ୍ବତୀ ଦାସ ୩, ସ୍ବିଫ ଡିଜ଼ାର କାର ଡ୍ରାଇଭାର ଲିଟୁ ଗୌଡ଼ ଏଂବ ଏମ ପାଣ୍ଡୁଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛନ୍ତି । ପୂର୍ବରୁ ଏହି ଦୁଇ ଲୁଟେରାଙ୍କ ନାମରେ ପୁରୀ ଜ଼ିଲ୍ଲା ନୟାଗଡ ଜ଼ିଲ୍ଲା, ଭଦ୍ରକ ଜ଼ିଲ୍ଲା ଓ ସମ୍ବଲପୁର ଜ଼ିଲ୍ଲା ରେ ମଧ୍ୟ ଏହିପରି ବହୁ ଲୁଟ କେସ ରହିଛି । ଫୁଲବାଣୀ ଟାଉନ ଥାନା କେସ ନମ୍ବର ୮୯/୨୩ ଦଫା ୩୯୪/୩୪ ଓଚଉ ଧାର ରେ ମୋକଦମା ରୁଜୁ କରାଯାଇଥିବା କଥା କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *