ଚର୍ଚ୍ଚାରେ କନ୍ଧମାଳ ଝିଅ ଦେବକୀ : ବର ଯୌତୁକ ମାଗିବାରୁ ଉଠାଇଲେ ଏଭଳି ପଦକ୍ଷେପ .,
1 min readକନ୍ଧମାଳ : ଚର୍ଚ୍ଚାରେ କନ୍ଧମାଳ ଅଞ୍ଚଳର ଝିଅ ଦେବକୀ । ଯୌତୁକ ପାଇଁ ଉଠାଇଲେ ଏଭଳି ପଦକ୍ଷେପ । ଦୁର୍ଗମ ଅଞ୍ଚଳରେ ରହି ମଧ୍ୟ ଶିକ୍ଷିତ ସମାଜକୁ ଉଚିତ୍ ଶିକ୍ଷା ଶିଖାଇଛନ୍ତି ଦେବକୀ । ନିଜେ ଉଠାଇଥିବା ଏକ ବଡ ପଦକ୍ଷେପ ଦ୍ୱାରା ସମାଜ ତଥା ଦୁର୍ଗମ ଅଞ୍ଚଳରେ ଏକ ବିଶେଷ ପରିବରର୍ତ୍ତନ ଆଣିବାକୁ ପଣ ଖାଇଛନ୍ତି ଦେବକୀ ।
ସୂଚନା ଯୋଗ୍ୟ ଯେ ତୁମୁଡିବନ୍ଧ ଥାନା ସାରୁପାଟା ଦୁର୍ଗମ ଇଲାକାର ଝିଅ ଦେବକୀ ଦିଗାଲ ଗତ ୯ ତାରିଖରେ ବାଲିଗୁଡା ଥାନା ବରିକିଆ ଗ୍ରାମର ଅର୍ଜୁନ ଦିଗାଲ ନାମକ ଯୁବକଙ୍କୁ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରଦିନ କନ୍ୟାଘର ଲୋକେ ଭାରନେଇ ବରଘରକୁ ଯାଇଥିବା ବେଳେ ବର ଅର୍ଜୁନ ଦିଗାଲ କନ୍ୟଘର ଲୋକଙ୍କୁ ଯୌତୁକରେ ବାଇକ ଦେବାକୁ ଦାବି କରିଥିଲେ । ଆଉ ଏହି ସମୟରେ ନବବଧୂ ଯୌତୁକକୁ ବିରୋଧ କରିବା ସହ ସଭା ମଧ୍ୟରେ ମଙ୍ଗଳ ସୂତ୍ର ସହ ଶଙ୍ଖା ଚୁଡ଼ି ଖୋଲି ଦେଇ ବାପ ଘରକୁ ଚାଲି ଆସିଛନ୍ତି ନବ ବିବାହିତା କନ୍ୟା ।
ଦୁର୍ଗମ ଇଲାକାରେ ବସବାସ କରୁଥିବା ଝିଅର ଏଭଳି ନିଷ୍ପତି ସହ ତାର ସାହସକୁ ନେଇ ଏବେ ସେ ଚର୍ଚ୍ଚାରେ ରହିଛି । ଅନ୍ୟପଟେ ବର ଘର ଲୋକେ ଯୌତୁକରେ ବାଇକ ମାଗିବା ଘଟଣା ମିଛ ବୋଲି କହିବା ସହ ଆମକୁ ଏବେ ଝିଅ ଦରକାର ବୋଲି କହିଛନ୍ତି ।