୧୩ ତମ ସର୍ବଭାରତୀୟ ଓପେନ କରାଟେ ପ୍ରତିଯୋଗିତାରେ କନ୍ଧମାଳ କରାଟେକାଙ୍କ କମାଲ…
1 min readକନ୍ଧମାଳ: ୧୩ ତମ ସର୍ବଭାରତୀୟ ଓପେନ କରାଟେ ଚମ୍ପିୟାନ ତାରିଖ ଉଦଯାପନୀ ହୋଇଯାଇଛି । ଏହା ଚଳିତ ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ବିଭିନ୍ନ ପ୍ରାନ୍ତରୁ ୧୦୦୦ ପାଖାପାଖି କରାଟେ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ କନ୍ଧମାଳରୁ ୧୨ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ମୋଟ ୧୩ ପଦକ ହାତେଇଛନ୍ତି । ସେଥିରେ ରହିଛି ସ୍ୱର୍ଣ ପଦକ -୬ ଟି, ରୌପ୍ୟ ପଦକ -୨ ଟି ଏବଂ କାଂସ୍ୟ ପଦକ -୫ ଟି । ସିନିୟର କାଟାଗୋରିରେ ଆକାଶ ନାୟକ ଫାଇଟରେ କାଂସ୍ୟ ପଦକ, ପ୍ରମିଶ ଦିଗାଳ ଫାଇଟରେ କାଂସ୍ୟ ପଦକ, ଅରବିନ୍ଦ ପାତ୍ର ଫାଇଟରେ ରୌପ୍ୟ ପଦକ ଏବଂ ସୁବ୍ରତ ଦିଗାଳ କାଟାରେ କାଂସ୍ୟ ପଦକ ଆଉ ଫାଇଟରେ କାଂସ୍ୟ ପଦକ ହାତେଇ ଥିଲେ । ସେହିପରି ବୟସ କାଟାଗୋରିରେ ରୁଦ୍ରନାରାୟଣ ପ୍ରଧାନ ଫାଇଟରେ କାଂସ୍ୟ ପଦକ, ପ୍ରିୟାଂଶୁ ଶେଖର କାଟାରେ ସ୍ୱର୍ଣ ପଦକ ଆଉ ଫାଇଟରେ ସ୍ୱର୍ଣ ପଦକ, ସ୍ୱୟଂ ମହାପାତ୍ର କାଟାରେ ସ୍ୱର୍ଣ ପଦକ, ସାନଭି ସାଧନା କାଟାରେ ରୌପ୍ୟ ପଦକ ଆଉ ଫାଇଟରେ ସ୍ୱର୍ଣ ପଦକ ହାତେଇଛନ୍ତି । ଅଭିଜୀତ କାଟାରେ ସ୍ୱର୍ଣ ପଦକ ଏବଂ ଫାଇଟରେ ସ୍ୱର୍ଣ ପଦକ ହାତେଇ କନ୍ଧମାଳ ଏବଂ ରାଜ୍ୟର ଗୌରବ ଅର୍ଜନ କରିଛନ୍ତି । ଆଉ ତିନିଟି ପଦକ ଟିକେ ଟିକେ ପାଇଁ ହାତ ଛଡ଼ା ହେଲା ନରେଶ ନାୟକ, ମନୋଜ ସୀସା ଏବଂ ପଞ୍ଚାନନଙ୍କର କିନ୍ତୁ ସେମାନେ ପ୍ରତିଶୃତି ଦେଇ ଛନ୍ତି ଆଗାମୀ ଦିନରେ ଦୁଇ ଗୁଣା ପରିଶ୍ରମ କରି ନିଶ୍ଚୟ ପଦକ ଆଣିବେ । ଉତ୍କଳ କରାଟେ ସ୍କୁଲ କନ୍ଧମାଳର ପ୍ରତିଷ୍ଠାତା ତଥା ମୁଖ୍ୟ ପ୍ରଶିକ୍ଷକ ଜୁନେସ ଦିଗାଳ ଏବଂ ଡୋଜ ପ୍ରଶିକ୍ଷକ ଗୋପାଳ ଚନ୍ଦ୍ର କହଁର ନେତୃତ୍ୱରେ କନ୍ଧମାଳ ଟିମ ଭୁବନେଶ୍ୱର ଗସ୍ତ କରିଥିଲା । ଏହି ପ୍ରତିଯୋଗୀତାରେ ଜୁନେସ ଦିଗାଳ, ଗୋପାଳ ଚନ୍ଦ୍ର କହଁର ଏବଂ ପ୍ରଭାତ କିଶୋର ସାହୁ ଜର୍ଜ । ରେଫେରି ଦାଇତ୍ୱ ସୁରୁଖୁରୁରେ ତୁଲାଇ ଥିଲେ । କନ୍ଧମାଳର କରାଟେକା ସଫଳତାରେ କରାଟେ ଏବଂ କନ୍ଧମାଳ ବାସୀ ଶୁଭେଚ୍ଛା ସହିତ ଧନ୍ୟବାଦ ଜଣେଇଛନ୍ତି ।