Pratidin TV

Odisha's Digital News Platform

ରୂପା ଗ୍ଲାସ୍ ରେ ପାଣି ପିଅନ୍ତି କଙ୍ଗନା; ଜାଣନ୍ତୁ କାହିଁକି….

ଫିଲ୍ମ ପ୍ରୋମସନ ବେଳେ ରୁପା ଗ୍ଲାସରେ ପାଣି ପିଇଲେ କଙ୍ଗନା | ଭାଇରାଲ ହେଲା ଭିଡ଼ିଓ | ତେବେ କାହିଁକି ରୂପ ଗ୍ଲାସରେ ପିଉଛନ୍ତି କଙ୍ଗନା | ଏହାକୁ ନେଇ ପ୍ରଶ୍ନ କଲେ ୟୁଜର୍ସ | ଯାହାର ଯବାନ ରଖିଲେ ହିମାଚଳ ପ୍ରଦେଶ ମଣ୍ଡିର ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରନାୱତ |

ଅଭିନେତ୍ରୀ କଙ୍ଗନା ରନାୱତ ରୁପା ଗ୍ଲାସରେ ପିଉଛନ୍ତି ପାଣି |ଏହାର ଭିଡ଼ିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି | ଯାହାକୁ ନେଇ ୟୁଜର୍ସ ମାନେ ପ୍ରଶ୍ନ କରିଛନ୍ତି | ଗରିବଙ୍କ ବିଷୟରେ କଥାବାର୍ତ୍ତା କରୁଥିବା କଙ୍ଗନା ନିଜେ କାହିଁକି ରୁପା ଗ୍ଲାସରେ ପାଣି ପିଉଛନ୍ତି |

କିନ୍ତୁ କଙ୍ଗନା ଏହାର ଜବାବରେ କହିଛନ୍ତି, ତାଙ୍କୁ ଏହି ରୁପା ଗ୍ଲାସରେ ପାଣି ପିଇବାକୁ ତାଙ୍କ ମା ପରାମର୍ଶ ଦେଇଛନ୍ତି | ଯାହାଫଳରେ ତାଙ୍କୁ ଏହା ବହୁତ ଲାଭ ଦେଇଥାଏ | ତାଙ୍କର ବହୁ ପ୍ରଶଂସକ ତାଙ୍କ ସମର୍ଥନରେ ଯାଇ କମେଣ୍ଟ କରି ଲେଖିଥିଲେ, ରୂପ ଗ୍ଲାସରେ ପାଣି ପିଇବା ବହୁତ ଲାଭଦାୟକ ଅଟେ | ଏଥିରେ ପିଇବା ଦ୍ୱାରା ଅନେକ ରୋଗରୁ ଦୂର ରହିଥାଏ | ତେବେ ବିଷାକ୍ତ ଜିନିଷକୁ ଏଡାଇ ଦେଇଥାଏ ଏହି ରୁପା ଗ୍ଲାସ | ଏହାସହ ରୁପା ଶୁଭ ବୋଲି ବିବେଚନା କରାଯାଏ | ତେଣୁ ଏହି ରୁପା ଗ୍ଲାସରେ ପାଣି ପିଇଥାନ୍ତି |

ଏହାପରେ କଙ୍ଗନା ରୁପା ଗ୍ଲାସର ଫଟୋ ଦେଇ ଲେଖି ପୋଷ୍ଟ କରିଛନ୍ତି ଯେ, ମୁଁ ରୁପା ଗ୍ଲାସରେ ପାଣି ପିଉଛନ୍ତି, କାରଣ ତାଙ୍କ ମା ତାଙ୍କୁ ଏପରି କରିବାକୁ ପରାମର୍ଶ ଦେଇଛନ୍ତି | ଯେଉଁ ସମୟରେ ସେ କାହା ଉପରେ ରାଗିଯାଇଥାନ୍ତି ସେହି ସମୟରେ ଦୀର୍ଘ ନିଶ୍ୱାସ ନେଇ ରୁପା ଗ୍ଲାସରେ ପାଣି ପିଇଥାନ୍ତି | ଯାହାପରେ ସେ ଶାନ୍ତ ହୋଇଯାଇଥାନ୍ତି |

Leave a Reply

Your email address will not be published. Required fields are marked *