ଲୋକସଭା ନିର୍ବାଚନ ପରେ ଫିଲ୍ମ ମୁକ୍ତିଲାଭ କରିବ,କଙ୍ଗନାଙ୍କ ଏମରଜେନ୍ସି ଚଳଚିତ୍ର।
1 min readନୂଆଦିଲ୍ଲୀ: କ୍ରମାଗତ ଭାବେ ଫ୍ଲପ୍ ସମ୍ମୁଖୀନ ହେବାପରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ନୂଆ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ହେଉଛି “ଏମରଜେନ୍ସି”। କଙ୍ଗନା ରାନାୱତର ଏହି ଚଳଚ୍ଚିତ୍ର ଗତ ବର୍ଷ ନଭେମ୍ବରରେ ରିଲିଜ ହେବାର ଥିଲା। କିନ୍ତୁ କୌଣସି କାରଣରୁ ଫିଲ୍ମର ରିଲିଜ୍ ତାରିଖ ସ୍ଥଗିତ ରଖାଯାଇଥିଲା। ଏବେ ଅଭିନେତ୍ରୀ “ଏମରଜେନ୍ସି” ର ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଏହି ସିନେମା ଲୋକସଭା ନିର୍ବାଚନ ପରେ ସିନେମା ଥିଏଟରରେ ମୁକ୍ତିଲାଭ କରିବ। ସୋସିଆଲ ମିଡିଆରେ ଫିଲ୍ମର ନୂଆ ପୋଷ୍ଟର ସେୟାର କରି କଙ୍ଗନା ରାନାୱତ “ଏମରଜେନ୍ସି” ରିଲିଜ ତାରିଖ ଘୋଷଣା କରିଛନ୍ତି।
ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଅଛି। ସେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ରହିବା ପାଇଁ ସ୍ୱତନ୍ତ୍ର ଫଟୋ ଏବଂ ଭିଡିଓ ସେଆର କରୁଥାନ୍ତି | କଙ୍ଗନା ରନାୱତ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ “ଏମରଜେନ୍ସି” ର ପୋଷ୍ଟର ସେୟାର କରିଛନ୍ତି। ଏହି ପୋଷ୍ଟରରେ ଅଭିନେତ୍ରୀ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଛନ୍ତି। ଏହି ପୋଷ୍ଟରରେ ଫିଲ୍ମର ରିଲିଜ୍ ଥିଏଟର ତାରିଖ ମଧ୍ୟ ଘୋଷଣା କରାଯାଇଛି। କଙ୍ଗନା ରନାୱତର ଏହି ଚଳଚ୍ଚିତ୍ର ୧୪ ଜୁନ୍ ରେ ସିନେମା ଥିରେ ମୁକ୍ତିଲାଭ କରିବ।
ସୂଚନାଯୋଗ୍ୟ ଯେ ନଭେମ୍ବର ୨୪, ୨୨୩ ରେ ସିନେମା ଥିଏଟରରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏହି ଚଳଚ୍ଚିତ୍ର ବର୍ତ୍ତମାନ ଚଳିତ ବର୍ଷ ମୁକ୍ତିଲାଭ କରିବ। ସୂଚନାଯୋଗ୍ୟ ଯେ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ କଙ୍ଗନା ରନାୱତଙ୍କ ଫିଲ୍ମ “ଏମରଜେନ୍ସି” ବିଷୟରେ ଅନେକ ଆଲୋଚନା ହେଉଛି। ଏହି ଚଳଚ୍ଚିତ୍ରଟି ଇନ୍ଦିରା ଗାନ୍ଧୀଙ୍କ “ଏମରଜେନ୍ସି” ନିଷ୍ପତ୍ତି ଉପରେ ଆଧାରିତ। ଯେଉଁଥିରେ ସ୍ୱର୍ଗତ ସତୀଶ କୌଶିକ, ଅନୁପମ ଖେର, ଶ୍ରେୟାସ ତଲପଡେ, ମହିମା ଚୌଧିରି ଏବଂ ମିଲିନ୍ଦ ସୋମନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ।