Pratidin TV

Odisha's Digital News Platform

ପ୍ରଥମେ ଘର ବିକି , ଏବେ ବିଳାସପୂର୍ଣ୍ଣ ଗାଡ଼ି କିଣିଲେ କଙ୍ଗନା , ଦାମ ଶୁଣିଲେ ଉଡ଼ିଯିବ ହୋସ ..

1 min read

ସାଂସଦ ହେବା ପରେ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାନାୱତ୍ ନିଜ ଘର ବିକ୍ରି କରିଛନ୍ତି । ଏବେ ଘରେ ବିକ୍ରି ପରେ ଏକ ବିଳାସପୂର୍ଣ୍ଣ କାର କିଣିଛନ୍ତି। କଙ୍ଗନା ଲ୍ୟାଣ୍ଡ ରୋଭରର ରେଞ୍ଜ ରୋଭର ଅଟୋବାୟୋଗ୍ରାଫି LWB ମଡେଲକୁ ତାଙ୍କ ଘରକୁ ଆଣିଛନ୍ତି। ଏହାପୂର୍ବରୁ ଅଭିନେତ୍ରୀ ମୁମ୍ବାଇର ପାଲି ହିଲରେ ନିଜର ବଙ୍ଗଳା ବିକ୍ରି କରିଥିଲେ। ସେ ଏହି ବଙ୍ଗଳା ବିକ୍ରୟ କରିବାର କାରଣ ହେଉଛି ତାଙ୍କର ପ୍ରଡକଶନ ବେଂଚର।

ଭାଜପା ଏମପି କଙ୍ଗନା ରାନାୱତଙ୍କ ନୂଆ ରେଞ୍ଜ ରୋଭର ସହିତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ପୂଜାର୍ଚ୍ଚନା କରି ତାଙ୍କ ନୂତନ କାରକୁ ସ୍ବାଗତ କରିଥିଲେ।  ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ୟୁଜର୍ସ ୩ କୋଟି ଟଙ୍କା ମୂଲ୍ୟର କାର କିଣିବା ଉପରେ ‘ଫେକ୍‌ ଲେଡି’ କମେଣ୍ଟ ଦେଇଛନ୍ତି। ଏଥି ସହିତ ତାଙ୍କ ପ୍ରଶଂସକମାନେ ଏକ ନୂତନ କାର କିଣିବା ପାଇଁ ସୋସିଆଲ ମିଡିଆରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରେଞ୍ଜ ରୋଭର ହେଉଛି ୫ ସିଟ୍ ବିଶିଷ୍ଟ ବିଳାସପୂର୍ଣ୍ଣ କାର। ଯାହା ମୁମ୍ବାଇରେ ୩.୮୧ କୋଟି ଟଙ୍କାରେ କମ୍ପାନୀ ପ୍ରଦାନ କରିଥାଏ । ଏହା ଏକ ସଂପୂର୍ଣ୍ଣ ଅଟୋମେଟିକ୍‌ କାର, ଯେଉଁଥିରେ ୩୦୦୦ ଲିଟର ହାଇ ପାୱାର ଇଞ୍ଜିନ୍ ପ୍ରଦାନ କରାଯାଇଛି . କାରରେ ସାତୋଟି ଆକର୍ଷଣୀୟ ରଙ୍ଗ ବିକଳ୍ପ ଉପଲବ୍ଧ ।  ଏଥିରେ ଏକ ଟଚ୍ ସ୍କ୍ରିନ୍ ଇନଫୋଟେନ୍ମେଣ୍ଟ ସିଷ୍ଟମ୍ ଏବଂ ପଛ ସିଟରେ ଏକ ସ୍କ୍ରିନ୍ ଅଛି ।

Advertisement

Leave a Reply

Your email address will not be published. Required fields are marked *