Pratidin TV

Odisha's Digital News Platform

କଙ୍ଗନା କହିଲେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସୁବାସ ବୋଷ , ଗ୍ରାଜୁଏସନ କୋଉଠୁ କରିଛ ବୋଲି ପଚାରିଲେ KTR..

1 min read

ବଲିଉଡ ର ବିବାଦୀୟ ହିରୋଇନ୍ କଙ୍ଗନା ରାନାୱତ ସର୍ବଦା ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରୁହନ୍ତି । ଚଳିତ ନିର୍ବାଚନରେ ହିମାଚଳ ପ୍ରଦେଶର ମଣ୍ଡିରୁ ଲୋକସଭା ନିର୍ବାଚନ ପ୍‌ରତିଦ୍ୱନ୍ଦିତା କରିବାକୁ ଯାଉଛନ୍ତି । ତେବେ ସର୍ବଦା ବିବାଦରେ ରହିଆସୁଥିବା କଙ୍ଗନା ସାକ୍ଷାତକାରରେ ଏମିତି କିଛି କହିଛନ୍ତି । ଯାହାକୁ ନେଇ ତାଙ୍କୁ ଏବେ ଖୁବ୍ ଟ୍ରୋଲ ହେବାକୁ ପଡୁଛି । ସୂଚନାନୁଯାୟୀ ଏକ ଟିଭି ସାକ୍ଷାତକାରରେ ଅଭିନେତ୍ରୀ କଙ୍ଗନା କହିଥିଲେ ଯେ, ମୋତେ ଗୋଟିଏ କଥା କୁହ, ଯେତେବେଳେ ଆମେ ସ୍ୱାଧୀନତା ପାଇଲୁ, ସେତେବେଳେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କୁଆଡେ ଯାଇଥିଲେ? ତାଙ୍କର ଏଭଳି ବୟାନକୁ ନେଇ ଏବେ ତାଙ୍କୁ ଟ୍ରୋଲ କରାଯାଉଛି ।


ବର୍ତ୍ତମାନ ତାଙ୍କର ଏହି ବୟାନକୁ ନେଇ ବିଆରଏସ ନେତା କେ.ଟି. ରାମା ରାଓ କଙ୍ଗନା ରାନାୱତଙ୍କୁ ଟ୍ରୋଲ କରିଥିବା ଜଣାପଡ଼ିଛି । ଏହାକୁ ନେଇ କେ.ଟି ରାମା ରାଓ କଙ୍ଗନାକୁ ଟ୍ରୋଲ କରି ଗ୍ରାଜୁଏସନ କୋଉଠୁ କରିଛ ବୋଲି ପଚାରିଛନ୍ତି ।ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି, “ଉତ୍ତର ଭାରତର ଜଣେ ବିଜେପି ପ୍ରାର୍ଥୀ କହୁଛନ୍ତି ଯେ ସୁଭାଷ ଚନ୍ଦ୍ର ବୋଷ ଆମର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ । ଦକ୍ଷିଣ ଭାରତର ଅନ୍ୟ ଜଣେ ବିଜେପି ନେତା କହୁଛନ୍ତି ଯେ ମହାତ୍ମା ଗାନ୍ଧୀ ଆମର ପ୍ରଧାନମନ୍ତ୍ରୀ ଥିଲେ । ଏମାନେ ସବୁ କେଉଁଠାରୁ ଗ୍ରାଜୁଏସନ କରିଥିଲେ?”

Leave a Reply

Your email address will not be published. Required fields are marked *