Pratidin TV

Odisha's Digital News Platform

ଅଡୁଆରେ କଙ୍ଗନା ,ଆସିଲା ଲିଗାଲ ନୋଟିସ ..

1 min read


ଏବେ ବଢ଼ିବାରେ ଲାଗିଛି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପାଇଁ ଅଡୁଆ।ରିଲିଜ ପୂର୍ବରୁ  ‘ଏମରଜେନ୍ସି’ ଫିଲ୍ମକୁ ନେଇ  ବିବାଦରେ ଛନ୍ଦି ହୋଇଛନ୍ତି ଅଭିନେତ୍ରୀ । ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ଶିଖ ସମ୍ପ୍ରଦାୟ ବିରୋଧ କରି ଫିଲ୍ମ ବ୍ୟାନ କରିବାକୁ ଦାବି କରିଆସୁଛନ୍ତି। ବର୍ତ୍ତମାନ ଶିରୋମଣି ଗୁରୁଦ୍ୱାର ପରିଚାଳନା କମିଟି (SGPC) ଫିଲ୍ମର ନିର୍ମାତାଙ୍କୁ ଲିଗାଲ  ନୋଟିସ୍ ପଠାଇଛି। ‘ଏମରଜେନ୍ସି’ ଟ୍ରେଲରକୁ ହଟାଇବାକୁ SGPC ଦାବି କରିଛି । ସୂଚନା ଥାଉ କି, ଫିଲ୍ମର ଟ୍ରେଲର ଅଗଷ୍ଟ 14ରେ ରିଲିଜ ହୋଇଥିବା ବେଳେ ଏହା ପରେ ବିବାଦର ସମ୍ମୁଖୀନ ହୋଇଛି ଫିଲ୍ମ ।

ତେବେ ଟ୍ରେଲର ରିଲିଜ ପରେ SGPC ସଚିବ ପ୍ରତାପ ସିଂ ଏହି ଚଳଚ୍ଚିତ୍ର ଉପରେ ଆପତ୍ତି ଉଠାଇଛନ୍ତି ଏବଂ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ତଥା ସେନ୍ସର ବୋର୍ଡକୁ ଅନେକ ଅଭିଯୋଗ ପତ୍ର ପଠାଇଛନ୍ତି । ଶିଖଙ୍କ ଭାବନାକୁ ଆଘାତ ଦେଇଥିବା ନେଇ କଙ୍ଗନା ରାଣାୱତଙ୍କ ନାଁରେ ସଚିବ ଅଭିଯୋଗ କରିଛନ୍ତି । ସେ ଦାବି କରିଛନ୍ତି ଯେ ଏମରଜେନ୍ସିର ଟ୍ରେଲରରେ ଶିଖ ବିରୋଧୀ ଦୃଶ୍ୟରେ ପରିପୂର୍ଣ୍ଣ, ଯାହା ତାଙ୍କ ଭାବମୂର୍ତ୍ତିକୁ ଖରାପ କରୁଛି ।





Advertisement


Leave a Reply

Your email address will not be published. Required fields are marked *