Pratidin TV

Odisha's Digital News Platform

ମୋଦୀଙ୍କୁ ଶ୍ରୀରାମଙ୍କ ସହ ତୁଳନା କରି ଟ୍ରୋଲ୍‌ହେବା ପରେ କଙ୍ଗନା ଦେଲେ କଡା ଜବାବ…

1 min read

ଆଜି ୪ଟି ରାଜ୍ୟରେ ହୋଇଥିବା ନିର୍ବାଚନର ଫଳାଫଳ ଘୋଷଣା ହୋଇଥିବା ବେଳେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଆଗରେ ରହିଥିବା ଜଣାପଡ଼ିଛି । ଏହା ସହ ତେଲେଙ୍ଗାନାରେ ବହୁମତ ହାସଲ କରିଛି କଂଗ୍ରେସ । ତେବେ ୪ଟିରୁ ୩ଟି ରାଜ୍ୟରେ ବିଜେପି ବିଜୟ ଆଡକୁ ଅଗ୍ରସର ହେଉଥିବା ବେଳେ ଅଭିନେତ୍ରୀ କଙ୍ଗନା ରାନାୱତ୍ ନିଜର ଖୁସି ବ୍ୟକ୍ତ କରିଛନ୍ତି । ହେଲେ ଏଥିପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି । ଏହି ତିନୋଟି ରାଜ୍ୟରେ ବିଜେପିର ବିଜୟ ଉତ୍ସବ ପାଳନ କରି କଙ୍ଗନା ରାନାୱତ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ସେୟାର କରିଥିଲେ । ଫଟୋ ସହିତ ସେ ଲେଖିଥିଲେ “ପ୍ରଭୁ ରାମ ଆସିଛନ୍ତି ନିର୍ବାଚନ ଫଳାଫଳ” । ତାଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଥିଲେ ଯେ ସେ ହିନ୍ଦୁ ଭଗବାନଙ୍କ ସହ ପିଏମ ମୋଦୀ ତୁଳନା କରୁଛନ୍ତି । ହିନ୍ଦୁ ଧର୍ମରେ ଏହାକୁ ଅନୁମତି ଦିଆଯାଇଛି କି?ଏହାର କଡା ଜବାବ ଦେଇ ଅଭିନେତ୍ରୀ କଙ୍ଗନା ଲେଖିଥିଲେ, “ହଁ, ଅନୁମତି ଦିଆଯାଇଛି । ଶ୍ରୀକୃଷ୍ଣଙ୍କ ଗୀତାରେ କହିଛନ୍ତି ଯେ ମୁଁ ମୋର ପ୍ରକୃତ ଭକ୍ତଙ୍କ ସହିତ ସମାନ, ତାଙ୍କ ଏବଂ ମୋ ମଧ୍ୟରେ କୈାଣସି ପାର୍ଥକ୍ୟ ନାହିଁ, ଆମର ଭଗବାନ ବହୁତ ଭଲ ।ବାନ! ମୁଣ୍ଡ କାଟ ନାହିଁ, ଚାବୁକ ମାରିବା ନାହିଁ, ଆପଣ ମଧ୍ୟ ଆମ ଦଳକୁ ଆସିପାରିବେ ।

Advertisement

Leave a Reply

Your email address will not be published. Required fields are marked *