Pratidin TV

Odisha's Digital News Platform

ଚାପୁଡା ଖାଇବା ପରେ କଙ୍ଗନା ଦେଲେ ଏଭଳି ପ୍ରତିକ୍ରିୟା ..

1 min read

ନିର୍ବାଚନରେ ଜିତୁ ଜିତୁ ଯବାନଙ୍କ ପାଖରୁ ଚାପୁଡ଼ା ଖାଇଲେ କଙ୍ଗନା | ବିଜେପିର ନବ ନିର୍ବାଚିତ ସାଂସଦ କଙ୍ଗନା ରାନାୱତଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଆଇଏସ୍ଏଫ୍ ମହିଳା କନେଷ୍ଟବଳ ଚାପୁଡ଼ା ମାରିଥିଲେ।ଏହି ଘଟଣା ପରେ ସିଆଇଏସ୍ଏଫ୍ ଗାର୍ଡଙ୍କୁ ନିଲମ୍ବିତ କରାଯାଇଥିଲା | ତେବେ ଏହି ଘଟଣାରେ ଅନେକ କଙ୍ଗନାଙ୍କୁ ସମର୍ଥନ କରୁଥିବା ବେଳେ ଅନେକ ଯବାନଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି | ଏମିତିକି ବଲିଉଡ କଣ୍ଠଶିଳ୍ପୀ ବିଶାଲ ଦଦଲାନି ମାଡ଼ ମାରିଥିବା ସିଆଇଏସ୍ଏଫ୍ ଯବାନଙ୍କୁ ସମର୍ଥନ କରି ତାଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ | ତେବେ ଏହି ଘଟଣା ପରେ ଏବେ କଡା ଜବାବ ଦେଇଛନ୍ତି କଙ୍ଗନା |

ନିଜ ସୋସିଆଲ ମିଦିଦ ଇନଷ୍ଟା ଷ୍ଟାଟସରେ ସେ ଲେଖିଛନ୍ତି, “ପ୍ରତ୍ୟେକ କୁକୁର୍ମକାରୀ , ହତ୍ୟାକାରୀ କିମ୍ବା ଚୋରମାନେ ଅପରାଧ କରିବା ପଛରେ କିଛି ନା କିଛି କାରଣ ଥାଏ | ବିନା କାରଣରେ କେହି କିଛି କରନ୍ତି ନାହିଁ | ତଥାପି ମଧ୍ୟ ସେମାନଙ୍କୁ ଗିରଫ କରାଯାଇ ଦଣ୍ଡ ଦିଆଯାଏ | ସେଠାରେ ସେମାନଙ୍କ କାରଣ କ’ଣ ଥିଲା ଦେଖାଯାଏନି | ମୋ ସହ ଘଟିଥିବା ଘଟଣାରେ ଯେଉଁମାନେ ଯବାନ କରିଥିବା କାମକୁ ସମର୍ଥନ କରୁଛନ୍ତି, ସେମାନେ ତାହେଲେ କୁକୁର୍ମ ବା ହତ୍ୟା ଭଳି ଅପରାଧକୁ ବି ସମର୍ଥନ କରୁଥିବେ | ମୁଁ ପରାମର୍ଶ ଦେଉଛି ଦୟାକରି ଯୋଗ ଏବଂ ଧ୍ୟାନ କରନ୍ତୁ | ନଚେତ୍ ଜୀବନ ତିକ୍ତ ଲାଗିବ ଏବଂ ଭାରୀ ଅନୁଭବ ହେବ | ଏତେ ଘୃଣା ଏବଂ ଈର୍ଷା କରନ୍ତୁ ନାହିଁ, ଦୟାକରି ନିଜକୁ ମୁକ୍ତ କରନ୍ତୁ | ତେବେ ଏହା ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଏହି ପୋଷ୍ଟରେ ସେ ବିଶାଲଙ୍କୁ ଜବାବ ଦେଇଥିବା ୟୁଜର୍ସ ମାନେ ମତବ୍ୟକ୍ତ କରିଛନ୍ତି |

Advertisement

Leave a Reply

Your email address will not be published. Required fields are marked *