Pratidin TV

Odisha's Digital News Platform

ଫିଲ୍ମ ପରେ ରାଜନୀତିରେ ପାଦ ଦେବେ କଙ୍ଗନା ରଣାୱତ, ଆଗାମୀ ନିର୍ବାଚନକୁ ନଜରେ ରଖି କହିଲେ କିଛି ଏଭଳି ..

ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସବୁ ବେଳେ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏଥର କିନ୍ତୁ ସେ ଏକ ଭିନ୍ନ କଥାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ତାଙ୍କ ଫ୍ୟାନ୍ସଙ୍କୁ ହିନଟ୍ ଦେଇଛନ୍ତି । । ନିକଟରେ କଙ୍ଗନାଙ୍କ ଫିଲ୍ମ ତେଜସ୍ ରିଲିଜ ହୋଇଛି । ତେବେ ଆଶା କରାଯାଉଥିବା ପରି ତେଜାସ ଡିଟ ହୋଇ ପାରିଲ ନାିିଁ । କହିବାକୁ ଗଲେ ଫିଲ୍ମର ରୋଜଗାର କଙ୍ଗନାକୁ ଖୁସି କରି ପାରିଲା ନାହିଁ । ଫିଲ୍ମ ରିଲିଜ୍ ହେବା ପରେ କଙ୍ଗନା ଗୁଜୁରାଟର ପ୍ରସିଦ୍ଧ ଭ୍ରମଣ ସ୍ଥଳ ଦ୍ୱାରିକାର ଜଗତ ମନ୍ଦିରରେ ପହଞ୍ଚିଥିଲେ । ଯେଉଁଠାରେ ସେ ଭଗବାନଙ୍କ ଦର୍ଶନ କରିଥିଲେ ଏବଂ ଦ୍ୱାରିକାଧୀଶ ମନ୍ଦିରରେ ମଧ୍ୟ ମୁଣ୍ଡିଆ ମାରିଥିଲେ ।


ତେବେ ଏହି ଅବସରରେ କଙ୍ଗନା ରାଣାୱତ ଗଣମାଧ୍ୟମକୁ କଥା ହୋଇଥିଲେ ଏବଂ କଥାବାର୍ତ୍ତା ବେଳେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମଧ୍ୟ ସୂଚନା ଦେଇଥିଲେ । ବାସ୍ତବରେ ତାଙ୍କୁ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଚରାଯାଇଥିଲା । ଏହାର ଉତ୍ତରରେ କଙ୍ଗନା ରାନାୱତ କହିଛନ୍ତି ଯେ ଯଦି ଭଗବାନ ଶ୍ରୀକୃଷ୍ଣ ଚାହିଁବେ,ତେବେ ସେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ, ତାଙ୍କ ର ଏହି ମନ୍ତବ୍ୟ ପରେ ବିଶ୍ୱାସ କରାଯାଏ ଯେ ଯଦି ସେ ସୁଯୋଗ ପାଆନ୍ତି, ତେବେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ । ଗତ କିଛି ବର୍ଷ ଧରି କଙ୍ଗନାଙ୍କ ବିଷୟରେ ଖବର ଆସିଥିଲା ଯେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି । କଙ୍ଗନା ରାଜନୀତିରେ ଅନେକ ଥର ନିଜର ମତ ଦେଇ ଆସୁଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କର ରାଜନୀତିର ଏକ ଅଂଶ ହେବା ଏକ ବଡ ଖବରଠାରୁ କମ୍ ହେବ ନାହିଁ ।

କଙ୍ଗନା ଅନେକ ସମୟରେ ଅନେକ ପ୍ରସଙ୍ଗରେ ନିଜର ମତ ପ୍ରକାଶ କରନ୍ତି । ଯେଉଁଥିପାଇଁ ସେ ମଧ୍ୟ ବିବାଦର ଶିକାର ହୋଇଥିଲେ । ସେ ମୋଦୀ ସରକାରଙ୍କ ଅନେକ ନୀତିକୁ ମଧ୍ୟ ସମର୍ଥନ କରିଆସୁଛନ୍ତି, ଯେଉଁଥିପାଇଁ ସେ ସର୍ବଦା ତାଙ୍କ ବିରୋଧୀଙ୍କ ଟାର୍ଗେଟ ଅଟନ୍ତି । କିଛି ଦିନ ପୂର୍ବେୟ ସେ ଅଯୋଧ୍ୟା ଯାଇ ରାମ ମନ୍ଦିର ବୁଲି ପୂଜାର୍ଚ୍ଚାନା କରି ଆସିଥିଲେ । ତେବେ ସେ ଅନେକ ସମୟରେ ମୋଦିଙ୍କ ଜୟଗାନ କରୁଥିବା ବେଳେ ଏଥିରୁ ଜଣା ପହଉଛି ଯେ ଆଗାମୀ ନିର୍ବାଚନରେ ସେ ବିଜେପି ପକ୍ଷରୁ ଟିକେଟ ପାଇଁ ଠିଆ ହୋଇ ପାରନ୍ତି । ତେବେ ତାହାର ଆଗାମୀ ସମୟ କହିବ ।

Leave a Reply

Your email address will not be published. Required fields are marked *