Pratidin TV

Odisha's Digital News Platform

ମୋଦୀ ଏବଂ ମେଲୋନୀଙ୍କ ସେଲ୍ଫି ଭିଡ଼ିଓରେ କଙ୍ଗନା ଦେଲେ ଏଭଳିଲା ରିଆକ୍ସନ

1 min read

ଇଟାଲି G7 ଶିଖର ସମ୍ମିଳନୀରେ ଯୋଗ ଦେଇ ବିଶ୍ୱ ନେତାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରି ଭିନ୍ନ ଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି। ଏହି ସମ୍ମିଳନୀରେ ଯୋଗ ଦେବା ପରେ ମୋଦି ଭାରତ ଫେରିଛନ୍ତି। ତେବେ ସେହି ଦଶସମ୍ମିଳନିରେ ମେଲୋନୀ ଏବଂ ମୋଦି ସେଲ୍ଫି ଭିଡ଼ିଓ କରି ପୋଷ୍ଟ କରିଥିଲେ | ଯେଉଁଥିରେ ଅଭିନେତ୍ରୀ ତଥା ହିମାଚଳ ପ୍ରଦେଶ ମଣ୍ଡି ସାଂସଦ କଙ୍ଗନା ରନାୱତ ଦେଇଛନ୍ତି ରିଆକ୍ସନ |

ସୂଚନା ଅନୁଯାୟୀ କଙ୍ଗନା କଙ୍ଗନା ନିକଟରେ ହିମାଚଳ ପ୍ରଦେଶର ମଣ୍ଡି ସିଟରୁ ଲୋକସଭା ନିର୍ବାଚନ ଜିତିଛନ୍ତି । ଶନିବାର କଙ୍ଗନା ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମେଲୋନୀଙ୍କ ଭିଡ଼ିଓ ସେୟାର କରିଛନ୍ତି ଏବଂ ଲେଖୁଛନ୍ତି କି, ମୋଦୀ ଜୀଙ୍କ ସବୁଠାରୁ ଭଲ ଗୁଣ ହେଉଛି କି. ସେ ମହିଳାଙ୍କୁ ଏଭଳି ଅନୁଭବ କରିବାକୁ ଦେଇଥାନ୍ତି କି ସେ ତାଙ୍କୁ ଆଗକୁ ବଢିବାର ଦେଖିବାକୁ ଚାହୁଁଛନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ କି ମେଲୋନୀ ମୋଦୀ ଜୀଙ୍କୁ ଏକ ଟିମ୍ ଭଳି ମାନି ଥାନ୍ତି ।

Advertisement

ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜୟା ମେଲୋନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ବହୁ ଭଲ ବନ୍ଧୁତା ଅଛି । ତାଙ୍କ ବନ୍ଧୁତାକୁ ସୋସିଆଲ ମିଡ଼ିଆ ୟୁଜର୍ସ ବହୁତ ପସନ୍ଦ କରିଥାନ୍ତି । ଯାହାକୁ ଦେଖୁସେ ଏହି ବନ୍ଧୁତାକୁ ହାଷ୍ଟାଗ ମେଲୋଦି’ର ଟ୍ୟାଗ୍ ବି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *