Pratidin TV

Odisha's Digital News Platform

୨୦ହଜାର ଭୋଟରେ ଆଗୁଆ କଙ୍ଗନା, ବଲିଉଡ ପରେ ଏବେ ମଣ୍ଡିର ରାଣୀ ସାଜିବେ କି?

1 min read

ବିକ୍ରମାଦିତ୍ୟଙ୍କ ପଛରେ ପକାଏ ଆଗରେ ଚାଲିଛନ୍ତି କଙ୍ଗନା | ବହୁମତ ହାସଲ କରି ନିଜର ସଂଖ୍ୟା ବଢାଉଛନ୍ତି କଙ୍ଗନା | ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ବିଜେପି ପାର୍ଥୀ କଙ୍ଗନା ରନାୱତ ଆଗରେ ଥିବା ଜଣାପଡିଛି | ସେ ୧୦ ହଜାର ଭୋଟ୍‌ରେ ଆଗୁଆ ଅଛନ୍ତି। ସେହିପରି ଢ଼େର ପଛରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂହ।

ତେବେ କଙ୍ଗନାକୁ ବର୍ତ୍ତମାନ ସୁଦ୍ଧା ୬୭୩୫୪ ଭୋଟ୍‌ ମିଳିଥିବା ବେଳେ ବିକ୍ରମାଦିତ୍ୟ ସିଂହଙ୍କୁ ୫୬୮୫୭ ଭୋଟ୍‌ ମିଳିଛି। ତେବେ ଏହାପରେ ବିକ୍ରମଦିତ୍ୟ କହିଥିଲେ ବର୍ତ୍ତମାନ ଏହି ଗଣତି ଆରମ୍ଭ ହୋଇଛି, ଫଳାଫଳ ଆଗକୁ ବଦଳି ଯାଇପାରେ | ସେଥିପାଇଁ ମନ୍ଦିର ମଧ୍ୟ ଯାଇ ପୂଜାର୍ଚ୍ଚନା କରିଛନ୍ତି ବିକ୍ରମଦିତ୍ୟ |

Advertisement

ତେବେ ଲୋକସଭା ନିର୍ବାଚନ ୨0୨୪ ପାଇଁ ଭୋଟ ଗଣନା ଆରମ୍ଭ ହୋଇଥିବା ବେଳେ କେଉଁ ଦଳ ଆଗରେ ରହିଛି ତାହାର ଟ୍ରେଣ୍ଡ ମଧ୍ୟ ଆରମ୍ଭ ହୋଇଯାଇଛି | ଟ୍ରେଣ୍ଡରେ ଏନଡିଏ ଡବଲ୍‌ ସେଞ୍ଚୁରୀ ପାର୍‌ କରିଛି । ଏଥି ସହିତ ବିରୋଧୀ ଦଳ ମଧ୍ୟ ଟକ୍କର ଦେଉଛି। ଚାଲିଛି ନେକ୍‌ଟୁ ନେକ୍‌ ଫାଇଟ୍ |

Leave a Reply

Your email address will not be published. Required fields are marked *