Pratidin TV

Odisha's Digital News Platform

ରାଜଧାନୀରେ କଙ୍ଗାରୁ କୋର୍ଟ ଦଣ୍ଡ , ଲଜ୍ୟାରେ ଫିନାଇଲ ପିଇଲେ ଯୁବକ ..

ଭୁବନେଶ୍ୱର : କମେଣ୍ଟମରାକୁ ନେଇ ଏବେ ଗାଂ ଗହଳି ପରେ ସ୍ମାର୍ଟସିଟି ରାଜଧାନୀରେ ବସିଛି କଙ୍ଗାରୁ କୋର୍ଟ ।ସର୍ବସମ୍ମୁଖରେ ମିଳୁଛି ଏବେ ଦଣ୍ଡ । କମେଣ୍ଟମରାକୁ ନେଇ ଅଭିଯୁକ୍ତ ସହ ଆଣ୍ଠେଇଲେ ପରିବାର । ସୂଚନା ଅନୁ୍‌ୟାୟୀ ଘଟଣାଟି ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଥାନା ଅଧୀନ ବରମୁଣ୍ଡା ପାଲାମଣ୍ଡପରେ ଘଟିଛି । ତେବେ ଘଟଣାଟି ଚାରିଆଡେ ବ୍ୟାପିଯିବା ପରେ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ତେବେ ବରମୁଣ୍ଡା ଅଞ୍ଚଳର ଜଣେ ସ୍କୁଲ ଛାତ୍ରୀଙ୍କୁ ସେହି ଅଞ୍ଚଳର ୨ ଜଣ ଯୁବକ କମେଣ୍ଟ ମାରିଥିଲେ । ଏହାକୁ ନେଇ ଉକ୍ତ ଅଞ୍ଚଳରେ କଙ୍ଗାରୁ କୋର୍ଟ ବସାଯିବା ପରେ । ଅଭିଯୁକ୍ତ ଏବଂ ତାଙ୍କର ୨ ପରିବାରରକୁ ମଧ୍ୟ ସେଠାକୁ ଡକାଯାଇଥିଲା । ବିଚାର ପରେ ଦଣ୍ଡ ସ୍ୱରୂପ ସେଠାରେ ଉପସ୍ଥିତ ଥିବା ସମସ୍ତ ଗ୍ରାମବାସୀଙ୍କ ସହ , ସ୍କୁଲ ଛାତ୍ରୀ ଏବଂ ତାଙ୍କ ପରିବାର ସମ୍ମୁଖରେ ଅଭିଯୁକ୍ତଙ୍କ ୨ ଜଣଙ୍କ ସହ ତାଙ୍କ ବାପା ଭାଇଙ୍କୁ ମଧ୍ୟ ଆଣ୍ଟେଇ ଦିଆଯାଇ ଥିଲା । ଏଥିରେ ଲଜ୍ଜିତ ହୋଇ ଜଣେ ଯୁବକ ନିଜ ଘରକୁ ଯାଇ ଫିନାଇଲ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କଙ୍ଗାରୁ କୋର୍ଟରେ ବସିଥିବା ୨ ଜଣ ମୁଖ୍ୟ ବ୍ୟକ୍ତିଙ୍କୁ ଉଠାଇନେବା ପରେ । ସପୃକ୍ତ ଘଟଣାର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରି ବୁଲୁଛି ।

Leave a Reply

Your email address will not be published. Required fields are marked *