Pratidin TV

Odisha's Digital News Platform

ପୁଣି ବାୟୋପିକ୍ କରିବେ କଙ୍ଗନା : ଏଥର ନଜର ଆସିବେ ଜଣେ ପୁରାତନ ସୁପରଷ୍ଟାରଙ୍କ ଭୂମିକାରେ

1 min read

ନୂଆଦିଲ୍ଲୀ : ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ କଙ୍ଗନାଙ୍କ ରୁତ୍‌ବା ସବୁବେଳେ କିଛି ଭିନ୍ନ ଥାଏ । ନିଜର ଭିନ୍ନ ଭିନ୍ନ ଲୁକ୍ ସହ ଭିନ୍ନ ଚରିତ୍ରରେ ସାଉଣ୍ଟି ନିଅନ୍ତି ପ୍ରଶଂସକଙ୍କ ଭଲପାଇବାକୁ । ସେ ହରର୍ ମୁଭି ହେଉ କି ପଲଟିକାଲ , ଆକ୍ସନ ,କମେଡି ମୁଭି ହେଉ , ଥରେ କ୍ୟାମେରା ଆଗକୁ ଓହ୍ଲାଇବା ପରେ ନିଜର ଅଭିନୟରେ ପାଗଳ କରିଦିଅନ୍ତି ଦର୍ଶକମାନଙ୍କୁ । ତେବେ ବଲିଉଡ୍‌ର ଏହି ହଟ୍‌, ଗ୍ଲାମରିୟର୍ସ , ଷ୍ଟ୍ରେଟଫର୍‌ୱାର୍ଡ ନାୟିକା ଏବେ ଅନେକ ଗୁଡିଏ ଭଲ ଭଲ ପ୍ରୋଜେକ୍ଟ କୁ ଏଡାଇ ବାୟପିକ୍ ପଛରେ ଧାଇଛନ୍ତି ।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ଇନ୍ଦିରା ଗାନ୍ଧିଙ୍କ ବାୟୋପିକ୍ ‘ଏମରର୍ଜେନ୍ସି’ର ମୁକ୍ତିଲାଭକୁ ଅପେକ୍ଷା କରିଥିବା ବଲିଉଡ୍ କୁଇନ୍ କଙ୍ଗନା ରଣାୱତ୍ଙ୍କ ହାତରେ ଲାଗିଛି ଆଉ ଏକ ବାୟୋପିକ୍ ମୁଭି । ଏଥର କିନ୍ତୁ ଏହି କଳାକାର ଜଣଙ୍କୁ ଦେଖିବାକୁ ମିଳିବ ଆଉ ଏକ ସୁପରଷ୍ଟାରଙ୍କ ରୂପରେ । ବଙ୍ଗଳା ଫିଲ୍ମ ଦୁନିଆର ସୁପରଷ୍ଟାର ନୋଟି ବିନୋଦିନୀଙ୍କ ବାୟୋପିକ୍‌ରେ ସାଇନ କରିଛନ୍ତି ଏହି ନାୟିକା ଜଣଙ୍କ । ଆଗକୁ ମଧ୍ୟ ରାମାୟଣର ସୀତା ଭୂମିକାରେ ନଜର ଆସିପାରନ୍ତି କଙ୍ଗନା । ହାତରୁ ଗୋଟିଏ ପ୍ରୋଜେକ୍ଟର ସୁଟିଂ ନସରୁନୁ ପଛକୁ ପଛ ରହିଛି ବଡ ବଡ ପ୍ରୋଜେକ୍ଟ ।

Advertisement

ତେବେଏହି ମେଗା-ବଜେଟ୍ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିବେ ‘ପରିଣୀତି’ ଫେମ୍ ପ୍ରଦୀପ ସରକାର । ଫିଲ୍ମର କାହାଣୀ ଲେଖିଛନ୍ତି ପ୍ରକାଶ କାପାଡ଼ିଆ, ଯିଏକି ‘ତାନାଜୀ’, ‘ପଦ୍ମାବତ୍’ ‘ଦେବଦାସ’ ଓ ‘ବ୍ଲାକ୍’ ଭଳି ଫିଲ୍ମର କାହାଣୀ ଲେଖିଛନ୍ତି । ଏହି ପ୍ରୋଜେକ୍ଟକୁ ନେଇ ଉତ୍ସାହିତ କଙ୍ଗନା ନିର୍ଦ୍ଦେଶକ ପ୍ରଦୀପ ସରକାରଙ୍କର ଜଣେ ବଡ଼ ଫ୍ୟାନ୍ ବୋଲି କହିଛନ୍ତି । ସେଥିପାଇଁ ଏହି ସୁଯୋଗ ପାଇ ସେ ବହୁତ ଖୁସି । ଦେଶର କିଛି ମହାନ କଳାକାରଙ୍କ ଉଲ୍ଲେଖଯୋଗ୍ୟ ଯାତ୍ରାର ଅଂଶ ହୋଇ ସେ ନିଜକୁ ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି କହିଛନ୍ତି ।

‘ଏମର୍ଜେନ୍ସି’ର ସୁଟିଂ ଶେଷ କରି ଆସନ୍ତା ବର୍ଷ ପ୍ରାରମ୍ଭରେ ସେ ନୂଆ ଫିଲ୍ମର ସୁଟିଂ ଆରମ୍ଭ କରିପାରନ୍ତି । ରାଜନୈତିକ ଡ୍ରାମା ଫିଲ୍ମ ‘ଏମର୍ଜେନ୍ସି’ରେ ଅଭିନୟ ସାଙ୍ଗକୁ ନିର୍ଦ୍ଦେଶନା ଦାୟିତ୍ୱ ମଧ୍ୟ କଙ୍ଗନା ନିଜେ ନିର୍ବାହ କରିଛନ୍ତି । ତାଙ୍କ ଅପ୍କମିଙ୍ଗ ପ୍ରୋଜେକ୍ଟରେ ଅଛି ମିଲିଟାରୀ ଡ୍ରାମା ‘ତେଜସ୍’ ଓ ପୌରାଣିକ ଫିଲ୍ମ ‘ସୀତା’ ।

Leave a Reply

Your email address will not be published. Required fields are marked *