Pratidin TV

Odisha's Digital News Platform

‘ବାହୁବଳୀ’ -୩କୁ ନେଇ ଆରମ୍ଭ ହୋଇଛି Planning , ପୁଣିଥରେ ଏକାଠି ହେବେ ପ୍ରଭାସ ଏବଂ ଏସଏସ ରାଜାମୌଲୀ !

1 min read

ପୁଣିଥରେ ପରଦାରେ ଦେଖିବାକୁ ମିଳିବ ବାହୁବଳୀ। ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି ପ୍ରଭାସ ଏବଂ ଏସ.ଏସ ରାଜାମୌଲୀ । ସୃଷ୍ଟି ହେବ ନୂଆ ଇତିହାସ, ଭାଙ୍ଗିବ ରେକର୍ଡ । କାରଣ ଖୁବଶୀଘ୍ର ପରଦାକୁ ଫେରିବ ‘ବାହୁବଳୀ’ର ନୂଆ ପ୍ରୋଜେକ୍ଟ ‘ବାହୁବଳୀ-୩’ ।୭ ବର୍ଷ ପରେ ବାହୁବଳୀ ଫ୍ରାଞ୍ଚାଇଜିର ଆଉ ଏକ ସୁପରହିଟ୍ ସିନେମା ଭେଟି ଦେବେ ପ୍ରଭାସ ଏବଂ ରାଜାମୌଲୀ । ଦର୍ଶକଙ୍କୁ ଆକ୍ସନ, ସସପେନ୍ସ ଏବଂ ଡ୍ରାମାରେ ଭରପୂର ଆଉ ଏକ ନୂଆ ପ୍ରୋଜେକ୍ଟ ଭେଟେି ଦେବେ ଏହି ପାନ୍ ଇଣ୍ଡିଆ ଯୋଡ଼ି । ନୂଆ ଇତିହାସ ସୃଷ୍ଟି କରିବା ପାଇଁ ଏହି ଯୋଡ଼ି ଆଗଭର ହେଉଥିବା ଚର୍ଚ୍ଚା ଆରମ୍ଭ ହୋଇଛି ।

ପ୍ରଭାସ ଅଭିନୀତ ଏବଂ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଏସଏସ ରାଜାମୌଲୀଙ୍କ ‘ବାହୁବଳୀ’ ଓ ‘ବାହୁବଳୀ-୨’ ବକ୍ସ ଅଫିସରେ ଅଭୂତପୂର୍ବ ସଫଳତା ହାସଲ କରିଥିଲା। ଆଉ ଏବେ ତୃତୀୟ ଭାଗକୁ ନେଇ ଆସିଛି ବଡ଼ ଖବର। ନିକଟରେ ସୂର୍‌ୟାଙ୍କ ଆଗାମୀ ଚଳଚ୍ଚିତ୍ର ‘କଙ୍ଗୁବା’ର ନିର୍ମାତା କେ.ଇ. ଜ୍ଞାନବେଲ ରାଜା ଏକ ସାକ୍ଷାତକାରରେ ‘ବାହୁବଳୀ-୩’ ବିଷୟରେ ସୂଚନା ଦେଇ ବଡ଼ ଖୁଲାସା କରିଛନ୍ତି।ମିଡିଆ ରିପୋର୍ଟ ଅନୁସାରେ, ‘ବାହୁବଳୀ-୩’କୁ ନେଇ ଯୋଜନା ଚାଲିଥିବା କହିଛନ୍ତି କେ.ଇ. ଜ୍ଞାନବେଲ ରାଜା। ସେ କହିଛନ୍ତି, ଗତ ସପ୍ତାହରେ ଚଳଚ୍ଚିତ୍ର ନିର୍ମାତାମାନଙ୍କ ସହ ଆଲୋଚନା ସମୟରେ ମୁଁ ଏ ବିଷୟରେ ଜାଣିବାକୁ ପାଇଲି। ସେ ଗୋଟିଏ ପରେ ଗୋଟିଏ କରି ‘ବାହୁବଳୀ’, ‘ବାହୁବଳୀ-୨’ ନିର୍ମାଣ କରିଛନ୍ତି, କିନ୍ତୁ ଏବେ ଲମ୍ବା ବ୍ୟବଧାନ ପରେ ‘ବାହୁବଳୀ-୩’ ପାଇଁ ଯୋଜନା କରୁଛନ୍ତି।ଏହାପରେ ‘ବାହୁବଳୀ-୩’ ଖୁବଶୀଘ୍ର ପରଦାକୁ ଆସିପାରେ ବୋଲି ଆଲୋଚନା ଆରମ୍ଭ ହୋଇଯାଇଛି ।

Advertisement

 ୨୦୧୭ ମସିହାରେ ‘ବାହୁବଳୀ-୨’ ଆସିବା ପରେ ଏହାର ତୃତୀୟ ପାର୍ଟ ପାଇଁ ମନା କରାଯାଇଥିଲା । ରାଜାମୌଲଈଙ୍କ ପିତା ତଥା ‘ବାହୁବଳୀ’ର ଲେଖକ ବିଜୟେନ୍ଦ୍ର ପ୍ରସାଦ ‘ବାହୁବଳୀ-୩’ର ସମ୍ଭାବନାକୁ ଖାରଜ କରିଥିଲେ । କିନ୍ତୁ ଏବେ ଏହାକୁ ନେଇ ଆଶା ବଢିବାରେ ଲାଗିଛି ।ପୁଣିଥରେ ପ୍ରଭାସଙ୍କୁ ତାଙ୍କ ଚମତ୍କାର ଅଭିନୟ ସହିତ ପରଦାରେ ଧମାଲ୍‌ କରିବାର ଦେଖିବାକୁ ଉତ୍ସାହିତ ହୋଇଛନ୍ତି ପ୍ରଶଂସକ।

Leave a Reply

Your email address will not be published. Required fields are marked *