Pratidin TV

Odisha's Digital News Platform

ରିଲିଜ୍ ହେଲା ସାଉଥ୍ ଫିଲ୍ମ ‘କଙ୍ଗୁଭା’ ଟ୍ରେଲର , ସୁରିଆଙ୍କ ଆକ୍ସନ ଦେଖି ଉଡିଲା ଫ୍ୟାନ୍ସଙ୍କ ହୋସ୍ ।

ଗ୍ରାଣ୍ଡ ତାମିଲ ଚଳଚ୍ଚିତ୍ର କାଙ୍ଗୁଭାର ବହୁ ପ୍ରତୀକ୍ଷିତ ଟ୍ରେଲର ଆଜି ସାମ୍ନାକୁ ଆସିଛି । ସୁପରଷ୍ଟାର ସୁରିଆଙ୍କ ଅଭିନୀତ ଏବଂ ଶିବଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଏପିକ୍ ଫିଲ୍ମ ଚଳିତ ବର୍ଷରେ ଆକ୍ସନ ଡ୍ରାମାର ରେକର୍ଡ ଭାଙ୍ଗିବ । ତେବେ ଏହି ଫିଲ୍ମଟି ଅକ୍ଟୋବର ୧୦ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ତାଛଡା ଏହା ୩୮ ଟି ଭାଷାରେ ବିଶ୍ୱସ୍ତରୀୟ ମୁକ୍ତିଲାଭ କରିବାକୁ ଯାଉଛି । ୩୫୦ କୋଟିର ବଜେଟ୍‌ରେ ନିର୍ମିତ ଏହି ଫିଲ୍ମ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ ।

ଏଥିରେ ସୁରିଆଙ୍କ ସହ ବବି ଦେଓଲ , ଦିଶା ପଟାନି ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏମାନଙ୍କ ବ୍ୟତୀତ ଫିଲ୍ମରେ ଜଗପତି ବାବୁ ,ଯୋଗୀ ବାବୁ , ରେଡିନ କିଙଗସଲି , କେଏସ୍ ରବିକୁମାର ମଧୟ ମୁଖ୍ୟ ଭୂମିକାରେ ନଜର ଆସିବେ । ସୁରିଆ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏହି ଫିଲ୍ମର ଟ୍ରେଲରକୁ ସେୟାର କରିଛନ୍ତି ।

ଯଦି ଆମେ କାଙ୍ଗୁଭାର ଟ୍ରେଲର ବିଷୟରେ କହିବା ତେବେ ଏହା ପ୍ରଥମରୁ ଆଦିବାସୀମାନଙ୍କ କାହାଣୀରୁ ଆରମ୍ଭ ହୋଇଛି । କିନ୍ତୁ ଫିଲ୍ମର ପରବର୍ତ୍ତୀ ସିନ୍‌ରେ ଆପଣମାନେ ଏକ ସସ୍‌ପେନ୍ସ ଦେଖିବାକୁ ପାଇବେ । ଫିଲ୍ମରେ ସୁରିଆଙ୍କ ଦୁଇଟି ରୂପ ସାମ୍ନାକୁ ଆସିଛି । ଯାହା ଦର୍ଶକଙ୍କୁ ଭବିଷ୍ୟତ ଆଉ ପ୍ରାଚୀନ ଜଗତକୁ ଅତି ସୁନ୍ଦର ଭାବେ ଦେଖାଇବ ।

Leave a Reply

Your email address will not be published. Required fields are marked *