Pratidin TV

Odisha's Digital News Platform

ଲୋକସଭା ନିର୍ବାଚନ ୨୦୨୪, ଦିଲ୍ଲୀରେ ଜମିବ ମନୋଜ ତିୱାରୀ ଓ କହ୍ନେୟା କୁମାର ଫାଇଟ୍

1 min read

ଅଭିନେତା ,ମନୋଜଙ୍କୁ ଟକ୍କର ଦେବେ କହ୍ନେୟା କୁମାର | ଏଥର ଉତ୍ତର-ପୂର୍ବ ଦିଲ୍ଲୀରେ ହେବ ଜୋରଦାର ଲଢେ଼ଇ | ବିଜେପି ନେତା ମନୋଜ ତିୱାରୀ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛନ୍ତି ଯୁବ ନେତା କହ୍ନୈୟା କୁମାର | କେନ୍ଦ୍ରଶାସିତ ପ୍ରଦେଶ ଦିଲ୍ଲୀରେ ମୋଟ ୭ଟି ଲୋକସଭା ସିଟ ରହିଛି ସେଥିମଧ୍ୟରୁ ଉତ୍ତର-ପୂର୍ବ ଦିଲ୍ଲୀରେ ଦେଶର ଲୋକପ୍ରିୟ ଭଜୁପୁରୀ ଗାୟକ ମନୋଜ ତିୱାରୀଙ୍କ ସହ କଂଗ୍ରେସର ନୂଆ ଯୁବ ଚେହେରା କହ୍ନେୟା କୁମାରଙ୍କ ମଧ୍ୟରେ ହେବ ଜୋରଦାର ଲଢେଇ |

ତେବେ ଯୁବ ନେତା କହ୍ନୈୟା କୁମାର ଏଥର କଂଗ୍ରେସ ଦେଇଛି ଟିକେଟ | ଯାହାଫଳରେ ସେ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି | ହେଲେ ସେ ଦୀର୍ଘ ଦିନ ଧରି ସେ ବାମ ଦଳର ଜଣେ ଲୋକପ୍ରିୟ ଚେହେରା ରହିଥିଲେ | ଏମିତିକି ଗତ ନିର୍ବାଚନରେ ସେ ବିଜେପିର ଫାୟାର ବ୍ରାଣ୍ଡ ନେତା ଗିରିରାଜ ସିଂହ ବେଙ୍ଗୁସରଇରୁ ପାର୍ଥୀ ହୋଇଥିଲେ | ହେଲେ ସେ ହାରିଯାଇଥିଲେ | ଏଥର କିନ୍ତୁ କଂଗ୍ରେସ ତାଙ୍କୁ ଦେଶର ରାଜଧାନୀ ଦିଲ୍ଲୀରୁ ଟିକେଟ ଦେଇଛି। ୨୦୨୪ରେ ତାଙ୍କର ଲଢ଼େଇ ବିଜେପି ସାଂସଦ ମନୋଜ ତିୱାରୀଙ୍କ ସହ ହେବ। ଉତ୍ତର-ପୂର୍ବ ଦିଲ୍ଲୀରୁ ମନୋଜ ୨୦୧୯ରେ ବିଜୟୀ ହୋଇଥିଲେ। କଂଗ୍ରେସ ଦିଲ୍ଲୀରେ କ୍ଷମତାସୀନ ଆପ୍‌ ସହ ମିଶି ଲୋକସଭା ନିର୍ବାଚନ ଲଢ଼ୁଛି।

Advertisement

Leave a Reply

Your email address will not be published. Required fields are marked *