Pratidin TV

Odisha's Digital News Platform

ଅଧାରେ ରହିଲା ପୂଜା ବୁଲା , ୨୪ ଘଣ୍ଟା ପରେ ନଦୀରୁ ମିଳିଲା କନିଷ୍କ –ହିମାଂଶୁଙ୍କ ମୃତଦେହ ….

1 min read

ସମ୍ବଲପୁର ; ଅଧାରେ ରହିଲା ପୂଜା ବୁଲା , ଗାଧୋଇବାକୁ ଯାଇ ମନ୍ନଦୀରେ ବୁଡିଗଲେ ଦୁଇ ସାଙ୍ଗ । ସୂଚନା ଅନୁଯାୟୀ ସମ୍ବଲପୁର ସହରର ମହାନଦୀ ବଡବଜାର ସଡ଼କ ଘାଟରେ ୨ ଜଣ ନାବାଳକ ଗତକାଲି ଅପରାହ୍ନରୁ ନିଖୋଜ ଥିବା ବେଳେ ମହାନଦୀ ରୁ ଆଜି ନିଖୋଜ ୨ ଜଣ ନାବାଳକ ଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି । ସମ୍ବଲପୁର ମହାନଦୀର ସମଲେଶ୍ଵରୀ ମନ୍ଦିର ଘାଟରେ ଉଭୟ ନାବାଳକ ଙ୍କ ମୃତ ଦେହକୁ ଅଗ୍ନିଶମ ସେବାକେନ୍ଦ୍ର ପକ୍ଷରୁ ଆଜି ଉଦ୍ଧାର କରାଯାଇଛି । ମୃତକ ଛାତ୍ର ଦ୍ୱୟ ହେଲେ କନିଷ୍କ ଓ ହିମାଂଶୁ।

ସମ୍ବଲପୁର କ୍ଷେତରାଜପୁର ତିୱାରୀଗଲି ଠାରୁ ୨ ଜଣ ନାବାଳକ ଘରୁ ଖେଳିବାକୁ ଯାଉଥିବା କହି ମହାନଦୀ ସ୍ଥିତ ବଡଡଜାର ସଡ଼କ ଘାଟକୁ ଗୋଧୋଇବାକୁ ଯାଇଥିଲେ । ତେବେ ଗାଧୋଉଥିବା ବେଳେ ପ୍ରଥମେ ଜଣେ ନାବାଳକର ଗୋଡ଼ ଖସିଯିବାରୁ ସେ ପାଣିରେ ଭାସିଯାଇ ଥିଲେ ।

Advertisement

ତେବେ ତାକୁ ଉଦ୍ଧାର କରିବାକୁ ଯାଇ ଅନ୍ୟଜଣେ ନାବାଳକ ମଧ୍ୟ ପାଣିରେ ଭାସି ଯାଇ ଗତକାଲି ଠାରୁ ନିଖୋଜ ହୋଇ ଯାଇଥିଲେ । ପରେ ପୋଲିସ ଓ ଅଗ୍ନିଶମ ସେବାକେନ୍ଦ୍ର, ଓଡ୍ରାଫ ଟିମ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଆଜି ସକାଳ ସମୟରୁ ମହାନଦୀ ଘାଟର ବଡବଜାର, ଅଯୋଧ୍ୟା ସରୋବର ସମେତ ମହାନଦୀ ତଟବତ୍ତୀ ଘାଟରେ ସମ୍ବଲପୁର ଅଗ୍ନିଶମ ସେବାକେନ୍ଦ୍ର ଓ ଓଡ୍ରାଫ ଟିମ୍ ନିୟୋଜିତ ହୋଇ ମହାନଦୀରେ ୨ ନିଖୋଜ ନାବାଳକଙ୍କ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ପରେ ମହାନଦୀର ସମଲେଶ୍ଵରୀ ମନ୍ଦିର ଘାଟ ଠାରୁ ୨ ନିଖୋଜ ନାବାଳକଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି ।

Leave a Reply

Your email address will not be published. Required fields are marked *