ନୂଆ ବର୍ଷରେ ଅଘଟଣ : ଯୁବତୀଙ୍କୁ ବିଚ୍ ରାସ୍ତାରେ ୪ କିଲୋମିଟର ଘୋଷାଡି ନେଲା ଚଳନ୍ତା କାର୍ ..
1 min readନୂଆଦିଲ୍ଲୀ : ନୂଆ ବର୍ଷ ଆରମ୍ଭରୁ ରାଜଧାନୀରେ ଘଟିଯାଇଛି ହୃଦୟଥରା ଘଟଣା ।ଜଣେ ଯୁବତୀଙ୍କୁ ରାସ୍ତା ଉପରେ ଧକ୍କା ଦେବା ପରେ ତାଙ୍କୁ କାର୍ ତଳେ ୪ କିଲୋମିଟର ଯାଏ ଘୋଷାଡି ନେଇଥିଲା ଚଳନ୍ତା କାର୍ । ଯାହାର ବର୍ବର ଦୃଶ୍ୟ ରାଜଧାନୀର ହାଇସିକ୍ୟୁରିଟି ସିସିଟିଭି ଫୁଟେଜ୍ରେ ରେକର୍ଡ ହୋଇଥିଲା । ତେବେ ସପୃକ୍ତ ଘଟଣାଟି ସିିସିଟିଭି ସହ ଆଉ ଜଣେ ଆଖିଦ୍ରଷ୍ଟା ମଧ୍ୟ ଥିଲେ । ଯିଏ ଏହି ଘଟଣା ବାବଦରେ ପୋଲିସକୁ ସୂଚନା ଦେଇଥିଲେ ମଧ୍ୟ ପୋଲିସ ଉପଯୁକ୍ତ ସମୟରେ ପହଞ୍ଚିନଥିଲେ । ତେବେ ଏଭଳି ଏକ ଘଟଣାକୁ ନିଜର ଚକ୍ଷୁରେ ଦେଖିଥିବା ଲୋକ ଜଣଙ୍କ ଦିଲ୍ଲୀ କାନ୍ଝାବାଲସ ଲାଡପୁର ଗ୍ରାମର ବ୍ୟକ୍ତି ଦୀପକ ଦହିୟା ।
ତାଙ୍କ କହିବା ଅନୁଯାୟୀ ଗତକାଲି ଅର୍ଥାତ୍ ରବିବାର ନୂଆବର୍ଷ ପ୍ରଥମ ଦିନ କାରଣରୁ ସେ ନିଜ ମିଠା ଦୋକାନ ରେ ହିଁ ଥିଲେ । ଏହି ସମୟରେ ହଠାତ୍ ସୁଲତାନପୁର କାଝାବାଲା ରାସ୍ତା ଉପରୁ ଏକ କାରର ଚକା ଫାଟିବା ଭଳି ଶବ୍ଦ ତାଙ୍କୁ ଶୁବିଥିଲା । ସେ ତୁରନ୍ତ ମିଠା ଦୋକାନରୁ ବାହରି ବାହାରକୁ ଯାଇଥିଲେ । ସେତେବେଳେ ସମୟ ପ୍ରାୟ ୩.୨୦ ହୋଇଥିଲା । କିିନ୍ତୁ କାର୍ଟି ଅତି ଦ୍ରୁତ ବେଗରେ ଯାଉଥିବା ବେଳେ ଗାଡି ତଳେ ସେ ଏକ ମଣିଷ ଶରୀରକୁ ଦେଖିଥିଲେ ।ଏବଂ ତୁରନ୍ତ ପିସିଆରକୁ ଫୋନ କରି ଜଣାଇଥିଲେ । କିନ୍ତୁ ପିସିଆର ତାଙ୍କ କଥାକୁ ଏତେ ଗୁରୁତର ସହ ନେଇନଥିଲେ । ଏହା ପରେ ପୁଣି ସେ କାର୍ ୩.୩୪ ସମୟରେ ଫେରିଥିଲା । ସେ ସମୟରେ ମଧ୍ୟ ଦୀପକ କାରଟିକୁ ଲକ୍ଷ୍ୟ କରିଥିଲେ ।ଏବଂ କାରତଳେ ଏକ ମୃତ ଶରୀରକୁ ଘୋଷାଡି ହେବାର ଦେଖିଥିଲେ । କିନ୍ତୁ ତାହା ପୁରୁଷ କି ମହିଳାର ଜାଣିପାରିନଥିଲେ । ଦୀପକ ଦୌଡିଯାଇ ଗାଡିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କାର୍ଟି ରହିନଥିଲା । ଏହା ପରେ ଦୀପକ ପୂଣିଥରେ ପିସିଆରକୁ ଫୋନ କରିବା ସହ ନିକଟସ୍ଥ ପୋଲିସ ଷ୍ଟେସନକୁ ମଧ୍ୟ ଖବର ଦେଇଥିଲେ ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ତଦନ୍ତ ଆରମ୍ଭ କରି ଦେଇଥିଲା । ଏହାପରେ ସେମାନେ ଏକ ସିସିଟିଭି ଫୁଟେଜ୍ରୁ ସପୃକ୍ତ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ ।
ପୋଲିସ ସୂଚନା ଅନୁଯାୟୀ ଗତକାଲି ପ୍ରାୟ ୩.୨୦ ସମୟରେ ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ ଘଟିଥିଲା ଏହି ଘଟଣା। ଦିଲ୍ଲୀରେ ରହୁଥିବା ସଂପୃକ୍ତ ମହିଳା ଜଣକ ତାଙ୍କ ସ୍କୁଟିରେ ଯାଉଥିବା ବେଳେ ଏକ କାର ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ପରେ ମହିଳା ଜଣକ କାର ତଳେ ରହିଯାଇଥିବା ବେଳେ ତାଙ୍କୁ ୪ କିଲୋମଟିର ଯାଏଁ ରାସ୍ତା ଘୋଷାଡ଼ି ନେଇଯାଇଥିଲା ଉକ୍ତ ଚଳନ୍ତା କାର।ଦୁର୍ଘଟଣା ପରେ ମହିଳାଙ୍କ ଗୋଡ଼ କିମ୍ବା ହାତ କାର୍ରେ ଲାଖି ରହିଥିଲା। କାରରେ ୫ ଜଣ ଯୁବକ ଥିଲେ। ଏ ଘଟଣା ପରେ ପୁଲିସ ସମସ୍ତ ୫ ଅଭିଯୁକ୍ତଙ୍କୁ ଅଟକ ରଖିଛି। ମହିଳାଙ୍କ ମୃତଦେହ ଉଦ୍ଧାର ବେଳକୁ ସେ ସମ୍ପୂର୍ଣ୍ଣ ବସ୍ତ୍ରହୀନ ଥିଲେ। କାରଣ ମୃତ ଦେହ ପ୍ରାୟ ୪ କିଲୋମିଟର ଧରି କାର୍ତଳେ ଘୋଷାଡି ହେବା ଫଳରେ ଯୁବତୀ ଜଣଙ୍କ ବିବସ୍ତ୍ର ହୋଇଯିବା ସହ ତାଙ୍କ ଶରୀରର ଚମଡା ମଧ୍ୟ ଝାଲି ହୋଇଯାଇଥିଲା ।
ମୃତ ଯୁବତୀଙ୍କ ପରିବାର ସପୃକ୍ତ ମାମଲାକୁ ଯୌନ ଉତ୍ପୀଡନ ଅଭିଯୋଗ କରିଥିଲେ । କିନ୍ତୁ ଏହି ଘଟଣାର ତଦନ୍ତ କରି ଦିଲ୍ଲୀ ପୋଲିସ ଏହି ଅଭିଯୋଗକୁ ଖଣ୍ଡନ କରିଛି । ଅନ୍ୟପଟେ ଘଟଣା ଉପରେ ପୁଲିସକୁ ରିପୋର୍ଟ ମାଗିଛନ୍ତି ଦିଲ୍ଲୀ ମହିଳା କମିଶନ୍ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ୱାଲ।ତେବେ ମୃତ ଯୁବତୀଙ୍କର ପରିବାର ଦିଲ୍ଲୀର ଅମନ ବିହାରରେ ରୁହନ୍ତି । ପରିବାର କହିଲେ ମାଁ ଆଉ ୪ ଜଣ ଭଉଣୀ , ୨ ଭାଇ । ଜଣେ ୯ ବର୍ଷର ଏବଂ ଅନ୍ୟ ଜଣେ ୧୩ ବର୍ଷର । ମୃତ ଯୁବତୀଙ୍କ ବାପା ଗତ ୨ ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ । ପରିବାରର ସମ୍ପୂର୍ଣ୍ଣ ଦାୟିତ୍ୱ ମୃତ ଯୁବତୀଙ୍କ ଉପରେ ଥିଲା । କାରଣ ସେ ଘରର ବଡ ଝିଅ ଥିଲେ । ଯୁବତୀ ଜଣଙ୍କର ଏପରି ମୃତ୍ୟୁ ତାଙ୍କ ପରିବାରକୁ ନିଶବ୍ଦ କରିଦେଇଛି ।