ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନ ଗିରଫ, ସାମ୍ନାକୁ ଆସିଲା ମୃତକଙ୍କ ବ୍ୟବଚ୍ଛେଦ ରିପୋର୍ଟ
1 min readଗାର୍ଲଫ୍ରେଣ୍ଡ କଥାରେ ପଡ଼ି ଜଘନ୍ୟ ମର୍ଡର। ଅଭିଯୁକ୍ତ ପୁଣି ଏମିତି ସେମିତି ସାଧାରଣ ଲୋକ ନୁହନ୍ତି, କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର୍ ଦର୍ଶନ ଥୁଗୁଦୀପା । ପୁରା ଘଟଣାର ପର୍ଦ୍ଦାଫାସ ହେବା ପରେ ଦର୍ଶନ, ତାଙ୍କ ଗାର୍ଲଫ୍ରେଣ୍ଡ ପବିତ୍ରା ଗୌଡ଼ା ଓ ଅନ୍ୟ ୧୧ ଜଣଙ୍କୁ ଗିରଫ କରିଛି ପୋଲିସ । ମୃତକ ହେଲେ ରେଣୁକା ସ୍ବାମୀ। ଏହି ମାମଲାରେ ଗିରଫ କରି ପଚରାଉଚୁରା କରିଥିଲା ପୋଲିସ |
ହତ୍ୟାକାଣ୍ଡ ମାମଲାରେ ମୃତକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ମୃତ ରେଣୁକା ସ୍ୱାମୀଙ୍କ ମସ୍ତିଷ୍କରେ ଝଟକା ଓ ରକ୍ତସ୍ରାବ କାରଣରୁ ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ଏଥିସହ ରେଣୁକାଙ୍କ ଶରୀରରେ ୧୫ଟି କ୍ଷତ ଚିହ୍ନ ମିଳିଛି। ତାଙ୍କ ମୁଣ୍ଡ, ପେଟ, ଛାତି ଓ ଅନ୍ୟାନ୍ୟ ଅଙ୍ଗରେ ଆଘାତ ଲାଗିବା ସହ ମସ୍ତିଷ୍କ ଝଟକା ସହ ରକ୍ତସ୍ରାବ କାରଣରୁ ମୃତ୍ୟୁ ଘଟିଥିବା ପୋଷ୍ଟମୋର୍ଟମ ରିପୋର୍ଟରେ ଦର୍ଶାଯାଇଛି।
ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି ହେଉଛନ୍ତି ୩୩ ବର୍ଷୀୟ ରେଣୁକା ସ୍ବାମୀ | ଜୁନ ୮ରେ ଏହି ହତ୍ୟାକାଣ୍ଡ ହୋଇଥିଲା | ଠିକ ଏହାପର ଦିନ ଜୁନ ୯ ତାରିଖ ଦିନ ନାଳରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପୁଲିସ ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରି ପଚରା ଉଚରା କରୁଥିଲା। ଜେରା ସମୟରେ ଅଭିଯୁକ୍ତମାନେ ରେଣୁକାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ସେହି ଅଭିଯୁକ୍ତମାନେ ଅଭିନେତା ଦର୍ଶନଙ୍କ ନିର୍ଦ୍ଦେଶ କ୍ରମେ ସେମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା କହିଥିଲେ। ଏହାପରେ ଅଭିନେତାଙ୍କୁ ଗିରଫ କରି ପଚରାଉଚୁରା କରି ତାଙ୍କ ବାନ୍ଧଵଃବି ସହ ଅନ୍ୟ ୧୧ ଜଣଙ୍କୁ ଗିରଫ କରିଥିଲା |
ତେବେ ଏହି ହତ୍ୟାକାଣ୍ଡ ଶୋସିଳ ମିଡିଆରେ ଏକ ଆପତ୍ତିଜନକ ମେସେଜ୍ ପାଇଁ କରାଯାଇଛି | କନ୍ନଡ ଅଭିନେତା ଦର୍ଶନ ତୋଗୁଦୀପଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଉଛି। ତାଙ୍କ ବାନ୍ଧବୀ ପବିତ୍ରା ଗୌଡାଙ୍କୁ ମୃତ ରେଣୁକା ସ୍ୱାମୀ ସୋଶାଲ ମିଡିଆରେ ଆପତ୍ତିଜନକ ମେସେଜ୍ କରିଥିବା କାରଣରୁ ସେ ସୁପାରି ଦେଇ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦର୍ଶନ ୩ ଅଭିଯୁକ୍ତଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସୁପାରି ଦେଇଥିଲେ।
ଏହି ମାମଲାରେ ଅଭିନେତା ଦର୍ଶନଙ୍କ ସମେତ ତାଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ପବିତ୍ରା ଗୌଡାଙ୍କ ସହ ୧୧ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି ପୁଲିସ।