Pratidin TV

Odisha's Digital News Platform

କନ୍ନଡ ଆକ୍ଟର ଦର୍ଶନ ଥୁଗୁଦୀପାଙ୍କ ବଢିଲା ଅଡୁଆ, ରେଣୁକାସ୍ଵାମୀ ହତ୍ଯାକାଣ୍ଡରେ ଚାର୍ଜସିଟ୍ ଦାଖଲ 

ବଢ଼ିଲା କନ୍ନଡ ସୁପରଷ୍ଟାର ଦର୍ଶନ ଥୁଗୁଦୀପାଙ୍କ ଅଡୁଆ | ଦର୍ଶନଙ୍କ ପ୍ରଶଂସକ ରେଣୁକା ସ୍ୱାମୀ ହତ୍ୟା ଘଟଣାରେ ଚାର୍ଜ ସିଟ ଦାଖଲ କରିଛି ପୋଲିସ | ଅଭିନେତା ଦର୍ଶନଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜ ସିଟରେ ୨00ଟି ପ୍ରମାଣ ଥିବା ଦାଖଲ କରିଛି | ଏଥିରେ ଫରେନସିକ ରିପୋର୍ଟ ସହ ରକ୍ତଛିଟାର ପ୍ରମାଣ ମିଳିଛି | ଅଭିନେତ୍ରୀ ପବିତ୍ର ଗୌଡାଙ୍କ ସ୍ୟାଣ୍ଡେଲରେ ମୃତକ ରେଣୁକା ସ୍ୱାମୀଙ୍କ ରକ୍ତଛିଟା ମିଳିଥିବା ସୂଚନା ଆସିଛି |

ତେବେ କନ୍ନଡ଼ ଅଭିନେତା ଦର୍ଶନ ଥୁଗୁଦୀପାଙ୍କ ପୋଷାକରେ ମଧ୍ୟ ରେଣୁକା ସ୍ୱାମୀଙ୍କ ରକ୍ତଛିଟା ଥିବା ପ୍ରମାଣ ଆସିଛି | ବେଙ୍ଗାଳୁରୁ ପୋଲିସ କରିଥିବା ଚାର୍ଜ ସିଟରେ ଏହି ସମସ୍ତ ତଥ୍ୟ ଥିବା ଦର୍ଶାଯାଇଛି | ତେବେ ଚାର୍ଜ ସିଟରେ ପୋଲିସ ୨୩0ଟି ପ୍ରମାଣ ଦର୍ଶାଇଛି | ପ୍ରତ୍ୟକ୍ଷଦର୍ଶୀଙ୍କ ଶସୁଚନା ଆଧାରରେ ଏହି ରିପୋର୍ଟ ଦାଖଲ କରିଛି ପୋଲିସ | ପ୍ରଶଂସକ ରେଣୁକା ସ୍ୱାମୀଙ୍କୁ ହତ୍ୟା ଅଭିଯୋଗରେ ଜୁନ ୧୧ ତାରିଖରେ କନ୍ନଡ଼ ଅଭିନୀତ ଦର୍ଶନ ଥୁଗୁଦୀପାଙ୍କୁ ଗିରଫ କରିଥିଲା ପୋଲିସ | ଦର୍ଶନଙ୍କ ସାଥି ପବିତ୍ରା ଗୌଡାଙ୍କୁ ଅଶ୍ଳୀଳ ମେସେଜ ଘଟଣାକୁ ନେଇ ରେଣୁକା ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା | ତେବେ ଦର୍ଶନକ କୋ ଷ୍ଟାର ପବିତ୍ରାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି | ଏହି ମାମଲାରେ ମୋଟ ୧୯ ଜଣ ଗିରଫ ହୋଇଥିବା ସୂଚନା ଆସିଛି |

Leave a Reply

Your email address will not be published. Required fields are marked *