Pratidin TV

Odisha's Digital News Platform

Ps1 କାଟିଲା କନ୍ନଡ ଫିଲ୍ମ କାନ୍ଥରା : ୩ ସପ୍ତାହରେ ଏଡିକି କଲା କଲେକ୍ସନ୍

1 min read

ନୂଆଦିଲ୍ଲୀ : ଏବେ ସବୁଠି ଟ୍ରେଡ୍ କରୁଛି ଦକ୍ଷିଣ ଭାରତୀୟ ମୁଭି । ନିକଟରେ ଅକ୍ଟୋବର ୧୪ ରେ ମୁକ୍ତିଲାଭ କରିଥିବା କନ୍ନଡ ଫିଲ୍ମ ‘କାନ୍ତାରା’ ର ହିନ୍ଦି ଭର୍ଜନର କ୍ରେଜ୍ ଏବେ ସବୁଠି ଦେଖିବାକୁ ମିଳିଛି । କେବଳ ଦେଶ ବା ରାଜ୍ୟରେ ନୁହେଁ ,ବିଦେଶରେ ବି ଧମାଲ କରିଛି ଏହି ଫିଲ୍ମ । ଏହି ଚ୍ଚଳଚ୍ଚିତ୍ର ସହ ରିଲିଜ୍ ହୋଇଥିବା ଆୟୁଷ୍ମାନ ଖୁରାନଙ୍କ ଡାକ୍ତଜୀ , ପୂର୍ବ ରିଲିଜ୍ ବିକ୍ରମ ବେଧା ଓ ସୁପରହିଟ୍ ଫିଲ୍ମ ପୋନିୟମ୍ ସେଲଭମ୍‌କୁ ମଧ୍ୟ ବହୁ ପଚରେ ଛାଡି ଦେଇଛି ଏହି ଛୋଟ ବଜେଟ୍‌ର ଫିଲ୍ମ କାନ୍ତାରା ।

କନ୍ନଡର ଏହି ଆକ୍ସନ ଏବଂ ଥ୍ରିଲର ଭରା ମୁଭିଟି ଲୋକମାନଙ୍କ ମନକୁ ଖୁବ୍ ଛୁଇଁଛି । କାରଣ ଏହାର ବକ୍ସ ଅଫିସ୍ କଲେକ୍ସନଟି ରେକର୍ଡ ଭାଙ୍ଗିଛି । ଫିଲ୍ମଟି ସାଉଥ୍‌ରେ ଯେତିକି ନାକରିଛି କରିଛି ତାଠୁ ଅଧିକ ଏହାର ହିନ୍ଦୀ ଡବିଂ ଟି କରିଛି । କାନ୍ତାରା’ ହିନ୍ଦୀରେ ଭଲ କଲେକସନ୍ କରିଛି । କାହିଁକି ନା ଚଳଚ୍ଚିତ୍ର ଶୁକ୍ରବାର ଦିନ ୧.୨୭ କୋଟି, ଶନିବାର ଦିନ ୨.୭୫କୋଟି, ରବିବାର ଦିନ ୩.୫ କୋଟି, ସୋମବାର ୧.୭୫ କୋଟି, ମଙ୍ଗଳବାର ଦିନ ୧.୮୮କୋଟି, ବୁଧବାର ଦିନ ୧.୯୫ କୋଟି ଏବଂ ଗୁରୁବାର ଦିନ ୧.୯୦ କୋଟି କଲେକସନ୍ କରିଛି। ଏହିଭଳି ୭ ଦିନରେ ୧୫କୋଟି ଟଙ୍କା କଲେକସନ୍ କଲାଣି। ୱାର୍ଲ୍ଡ ୱାଇଡ୍ କଲେକସନ୍ରେ ୧୭୦କୋଟି ଅତିକ୍ରମ କରିଵା ସହ ଖୁବ ଶୀଘ୍ର ୨୦୦କୋଟି କ୍ଲବରେ ସାମିଲ୍ ହେବ ବୋଲି ଆଶା କରାଯାଉଛି।

Advertisement

ଦୀପାବଳି ଛୁଟିରେ ମଧ୍ୟ ଏହା ବହୁତ ଭଲ କଲେକ୍ସନ କରିବ ବୋଲି ଆଶା କରାଯାଉଛି। ଫିଲ୍ମଟି ହିନ୍ଦୀରେ ସୋଲୋ ରିଲିଜ୍ ସହିତ ପ୍ରମୋସନ ମଧ୍ୟ ହୋଇନଥିଲା . କିନ୍ତୁ ଏହାର ଟିକେଟ୍ ବିକ୍ରି ବହୁ ମାତ୍ରାରେ ବୃଦ୍ଧି ହୋଇଥିଲା। ସପ୍ତାହ ଗୁଡ଼ିକରେ ମଧ୍ୟ ଚଳଚ୍ଚିତ୍ରର ପ୍ରଦର୍ଶନ ଆଶ୍ଚର୍ଯ୍ୟଜନକ ରହିଛି।

Leave a Reply

Your email address will not be published. Required fields are marked *