ଶ୍ରାବଣର ଦ୍ୱିତୀୟ ସୋମବାର , ଚଳ ଚଞ୍ଚଳ ଶୈବପୀଠ..
1 min readଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଶୈବପୀଠ । ଦେଶବ୍ୟାପୀ ସମସ୍ତ ଶୈବପୀଠମାନଙ୍କରେ ଭକ୍ତମାନଙ୍କର ପ୍ରବଳ ଭିଡ ଲାଗିରହିଛି । ହଜାର ହଜାର ମାନସିକଧାରୀ କାଉଡିଆମାନେ କାନ୍ଧରେ ପାଣି ଭାର ନେଇ ମହାଦେବଙ୍କୁ ଜଳ ଲାଗି କରିଛନ୍ତି । ଏହି ଶ୍ରାବଣ ମାସ ପ୍ରଭୁ ଶିବଙ୍କର ଅତି ପ୍ରିୟ ମାସ ବୋଲି କୁହାଯାଏ । ସେଥିପାଇଁ ଆଜି ସକାଳୁ ସକାଳୁ ବିଭିନ୍ନ ଶିବମନ୍ଦିରରେ କାଉଡ଼ିଆଙ୍କ ଲମ୍ବା ଧାଡ଼ି ଲାଗିଛି । ଗାଁଠୁ ପ୍ରମୁଖ ଶୈବପୀଠରେ ବଡ଼ି ଭୋରରୁ କାଉଡ଼ିଆମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ଧାଡ଼ିବାନ୍ଧି ଲାଇନରେ ଯାଇ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରି ଆଶିଷ ଭିକ୍ଷା କରୁଛନ୍ତି ଭକ୍ତ। ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିଛନ୍ତି ।
ବିଶ୍ୱାସ ଅଛିଯେ . ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳ ଲାଗି ଗଲେ କୋଟି ମାନସିକ ପୂରଣ ହୁଏ ବୋଲି ପୌରାଣିକ ବିଶ୍ୱାସ ରହିଛି । ସେଇଥି ପାଇଁ ମାସକ ପୂର୍ବରୁ ଜଳ ଲାଗି କରିବାକୁ ଯାଉଥିବା କାଉଡ଼ିଆ ରୀତିନୀତି ପାଳନ କରିଥାନ୍ତି । ଶ୍ରାବଣ ମାସ ସାରା ପ୍ରତିଟି ସୋମବାର ବିଭିନ୍ନ ନଦୀରୁ ଜଳ ସଂଗ୍ରହ କରି ଖାଲିପାଦରେ ବାହୁଙ୍ଗା ବୋହି ପାଦରେ ଚାଲି ଚାଲି ନିଷ୍ଠାର ସହ ଶୈବପୀଠକୁ ଆଣି ଭୋଲେବାବାଙ୍କୁ ଜଳ ଲାଗି କରିଥାନ୍ତି । ବିଭିନ୍ନ ନଦୀ ଘାଟ ଓ ତୀର୍ଥସ୍ଥଳୀ ଗୁଡିକରେ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି। ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ଶୈବପୀଠ ଗୁଡ଼ିକରେ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।